ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏଠାରେ ଉଭୟ ସି-ଭିଜିଲ୍‌ ଆପ୍‌ ଏବଂ ଟେଲିଫୋନ୍‌ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗଗୁଡ଼ିକର ପଞ୍ଜିକରଣ କରାଯାଉଛି। ଅଭିଯୋଗ ପଞ୍ଜୀକରଣର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଭିଯୋଗ ଆସିବା ମାତ୍ରେ ସେହି ଅଞ୍ଚଳର ଫ୍ଲାଇଂ ସ୍କାଡ୍‌ଙ୍କୁ ଅବଗତ କରାଯାଉଛି। ଫ୍ଲାଇଂ ସ୍କ୍ବାଡ୍‌ […] The post ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏଠାରେ ଉଭୟ ସି-ଭିଜିଲ୍‌ ଆପ୍‌ ଏବଂ ଟେଲିଫୋନ୍‌ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗଗୁଡ଼ିକର ପଞ୍ଜିକରଣ କରାଯାଉଛି। ଅଭିଯୋଗ ପଞ୍ଜୀକରଣର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅଭିଯୋଗ ଆସିବା ମାତ୍ରେ ସେହି ଅଞ୍ଚଳର ଫ୍ଲାଇଂ ସ୍କାଡ୍‌ଙ୍କୁ ଅବଗତ କରାଯାଉଛି। ଫ୍ଲାଇଂ ସ୍କ୍ବାଡ୍‌ ଅଭିଯୋଗର ତଦନ୍ତ କରି ରିଟର୍ଣ୍ଣିଂ ଅଫିସରଙ୍କୁ ରିପୋର୍ଟ ଦେବା ନିମନ୍ତେ ସୂଚନା ଦିଆଯାଉଛି। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ୧୦୦ ମିନିଟ ମଧ୍ୟରେ ସମ୍ପନ୍ନ କରାଯାଉଛି। ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହ ତତକ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କଟକ ଜିଲାରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମରେ ସି-ଭିଜିଲ୍‌ ଆପ୍‌, ଟୋଲ୍‌ ଫ୍ରି ନମ୍ବର ୧୯୫୦ ଏବଂ ଟେଲିଫୋନ ନମ୍ବର ୦୬୭୧-୨୫୦୯୨୧୨ ଓ ୦୬୭୧-୨୫୦୭୨୧୨ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଉଛି।

The post ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.