ପଟ୍ଟାମୁଣ୍ଡାଇ ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ; ଥାନା ଆଗରୁ ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

କନକ ବ୍ୟୁରୋ : ଥାନା ସମ୍ମୁଖରୁ ଏକ ଲକ୍ଷ ଟଙ୍କା ଲୁଟ୍‌ । କଳା ପଲସରରେ ଆସି ଆତଙ୍କ ଖେଳାଇଲେ । ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରୁ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ପଟ୍ଟାମୁଣ୍ଡାଇ ବ୍ଲକ ପନ୍ତୁରି ଗାଁର କମଳାକାନ୍ତ ପ୍ରଧାନ, ଧାନ ବିକି ବ୍ୟାଙ୍କରେ ଟଙ୍କା ରଖିଥିଲେ । ଧାର ଶୁଝିବା ପାଇଁ ଆଜି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଆସିଥିଲେ । କିଛି କାମ ଥିବାରୁ କମଳା ପଟ୍ଟାମୁଣ୍ଡାଇ ଥାନା ପାଖରେ ଥିବା ଏକ ଦୋକାନକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଆସି ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରୁ କମଳାଙ୍କ ବାଇକ୍ ଡିକି ତାଡ଼ି ଏକ ଲକ୍ଷ ଟଙ୍କା ସମେତ ଚେକ ବହି ଓ ଜରୁରୀ କାଗଜ ପତ୍ର ଲୁଟି ନେଇଛନ୍ତି । ଥାନା ସମ୍ମୁଖରୁ ଏଭଳି ଲୁଟ ପଟ୍ଟାମୁଣ୍ଡାଇ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ପଟ୍ଟାମୁଣ୍ଡାଇ ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ; ଥାନା ଆଗରୁ ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

କନକ ବ୍ୟୁରୋ : ଥାନା ସମ୍ମୁଖରୁ ଏକ ଲକ୍ଷ ଟଙ୍କା ଲୁଟ୍‌ । କଳା ପଲସରରେ ଆସି ଆତଙ୍କ ଖେଳାଇଲେ । ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରୁ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ପଟ୍ଟାମୁଣ୍ଡାଇ ବ୍ଲକ ପନ୍ତୁରି ଗାଁର କମଳାକାନ୍ତ ପ୍ରଧାନ, ଧାନ ବିକି ବ୍ୟାଙ୍କରେ ଟଙ୍କା ରଖିଥିଲେ । ଧାର ଶୁଝିବା ପାଇଁ ଆଜି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଆସିଥିଲେ । କିଛି କାମ ଥିବାରୁ କମଳା ପଟ୍ଟାମୁଣ୍ଡାଇ ଥାନା ପାଖରେ ଥିବା ଏକ ଦୋକାନକୁ ଯାଇଥିଲେ ।

ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଆସି ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରୁ କମଳାଙ୍କ ବାଇକ୍ ଡିକି ତାଡ଼ି ଏକ ଲକ୍ଷ ଟଙ୍କା ସମେତ ଚେକ ବହି ଓ ଜରୁରୀ କାଗଜ ପତ୍ର ଲୁଟି ନେଇଛନ୍ତି । ଥାନା ସମ୍ମୁଖରୁ ଏଭଳି ଲୁଟ ପଟ୍ଟାମୁଣ୍ଡାଇ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।