ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ
ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ ମୃତ୍ୟୁ ଘଟିଛି। ଏକା ଥରକେ ଏତେ ସଂଖ୍ୟକ ଛେଳିଙ୍କ ଜୀବନ ଚାଲିଯାଇଥିବାରୁ ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ୬ଜଣ ଚରାଳି ଛେଳି ଧରି ପୁରୁଣାପାଟଣାରୁ ଚିକଲଖଣ୍ଡି ଗ୍ରାମ ଡିପିଆର୍ସି ବିଲି୍ଡଂ ନିକଟ ପଡ଼ିଆକୁ ଯାଇଥିଲେ। ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେତିକିବେଳେ […] The post ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ appeared first on Dharitri Odia News.
ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ ମୃତ୍ୟୁ ଘଟିଛି। ଏକା ଥରକେ ଏତେ ସଂଖ୍ୟକ ଛେଳିଙ୍କ ଜୀବନ ଚାଲିଯାଇଥିବାରୁ ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି।
ମିଳିଥିବା ସୂଚନା ମୁତାବକ, ୬ଜଣ ଚରାଳି ଛେଳି ଧରି ପୁରୁଣାପାଟଣାରୁ ଚିକଲଖଣ୍ଡି ଗ୍ରାମ ଡିପିଆର୍ସି ବିଲି୍ଡଂ ନିକଟ ପଡ଼ିଆକୁ ଯାଇଥିଲେ। ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେତିକିବେଳେ ଛେଳିଗୁଡ଼ିକ ଗୋଠହୋଇ ଚରୁଥିବା ବେଳେ ବଜ୍ରପାତ ଘଟିଥିଲା।
ବଜ୍ରପାତରେ ୪୩ ଛେଳିଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ଛେଳି ଚାଷୀଙ୍କୁ ଆଶ୍ୱସନା ଦେବା ସହ କିପରି ଚାଷୀ କ୍ଷତିପୂରଣ ପାଇବେ ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାଜିତ ସାହୁଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଚିକଲଖଣ୍ଡି ଗ୍ରାମର କୈଳାଶ ଗୌଡ଼, ଆଶେୟା ପାତ୍ର, ଗେଦଲପଲ୍ଲୀ ଗ୍ରାମର ବି. ଦାଶରଥୀ, ଆର୍. ଧର୍ମା ପାତ୍ର ଓ ଏସ୍. ସନ୍ୟାସୀ ପାତ୍ର ଏବଂ ମଲାଡ଼ର ଡି.ହେମନ୍ତ ଛେଳି ଚାଷୀଙ୍କ ଛେଳିଗୁଡିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
The post ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ appeared first on Dharitri Odia News.