ପଡୋଶୀକୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ଅଟକ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ସାନଜଲ ଗାଁରେ ଅଭାବନୀୟ ଘଟଣା ଘଟିଛି। ପୂର୍ବଶତ୍ରୁତାକୁ ନେଇ ଘର ପଡୋଶୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ଦୋଳ ନାଏକ ​‌ବୋଲି ଜଣାପଡିଛି। ସୂଚନା ମୂତାବକ ସାନଜଲ ଗାଁର ଶୁକ ଦେହୁରୀ ଏବଂ ଦୋଳ ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତକାଲି କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶୁକ ଦେହୁରୀ ଦୋଳ […]

ପଡୋଶୀକୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ଅଟକ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ସାନଜଲ ଗାଁରେ ଅଭାବନୀୟ ଘଟଣା ଘଟିଛି। ପୂର୍ବଶତ୍ରୁତାକୁ ନେଇ ଘର ପଡୋଶୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ଦୋଳ ନାଏକ ​‌ବୋଲି ଜଣାପଡିଛି। ସୂଚନା ମୂତାବକ ସାନଜଲ ଗାଁର ଶୁକ ଦେହୁରୀ ଏବଂ ଦୋଳ ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତକାଲି କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶୁକ ଦେହୁରୀ ଦୋଳ ନାଏକଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।