ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ: ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ପୁଲିସ୍ ପାଖରେ ପହଞ୍ଚିଲେ
ଶଙ୍କର ଓ ମନସା ବେଶ କିଛି ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଜଣେ କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି।
ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ତଥା ବିଚଳିତ କରିବା ଭଳି ଘଟଣା। ଜଣେ ୨୮ ବର୍ଷୀୟ ଯୁବକ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସାଂଘାତିକ କାଣ୍ଡ ଘଟାଇଛନ୍ତି। ସେ ପତ୍ନୀଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଛନ୍ତି। ଏହାପରେ କଟା ମୁଣ୍ଡ ଧରି ବେଙ୍ଗାଲୁରୁର ଆନେକାଲ ଅଞ୍ଚଳରେ ଥିବା ପୁଲିସ୍ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ୨୬ ବର୍ଷୀୟ ଶଙ୍କର। ସେ ତାଙ୍କର ୨୬ ବର୍ଷୀୟ ପତ୍ନୀ ମନସାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମନସା ପରକୀୟା ପ୍ରୀତିରେ ମାତି ଥିବା ସନ୍ଦେହ କରି ଶଙ୍କର ଝଗଡ଼ା କରିଥିଲେ। ଏହାପରେ ସେ ରାଗକୁ ନିୟନ୍ତ୍ରଣ କରି ନ ପାରି ଏପରି କାଣ୍ଡ ଘଟାଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଶଙ୍କର ଓ ମନସା ବେଶ କିଛି ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଜଣେ କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି। ବାହାଘର ପରେ ସେମାନେ ହେଲାଲିଗେ ଗାଁରେ ଘର ଭଡ଼ା ନେଇ ରହୁଥିଲେ। ଜୁନ ୩ ତାରିଖ ରାତିରେ ଶଙ୍କର କାମକୁ ଯାଇଥିଲେ ଓ ସକାଳୁ ଫେରିବେ ବୋଲି ମନସାଙ୍କୁ କହିଥିଲେ।
କିନ୍ତୁ ବେଶ ଅପ୍ର୍ୟାଶିତ ଢଙ୍ଗରେ ସେ ବିଳମ୍ବିତ ରାତିରେ ହିଁ ଘରକୁ ଫେରିଥିଲେ। ଏହି ସମୟରେ ସେ ମନସାଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ସହ ଦେଖି ପୂରା ଚକିତ ହୋଇ ଯାଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ସେ ମନସାଙ୍କୁ ଘରକୁ ବାହାର କରି ଦେଇଥିଲେ।
ସମୟ ଗଡ଼ିବା ସହ ମନସା ବାରମ୍ବାର ଘରକୁ ଆସିବା ସହ ଶଙ୍କରଙ୍କୁ ନିଜ ପାଖରେ ରଖିବା ପାଇଁ ବାଧ୍ୟ କରୁଥିଲେ। ହତ୍ୟାକାଣ୍ଡର ପୂର୍ବ ଦିନ ରାତିରେ ମଧ୍ୟ ମନସା ଘର ପାଖକୁ ଆସି ପାଟିତୁଣ୍ଡ କରିଥିଲେ। ବାରମ୍ବାର ମନସା ଏପରି କରୁଥିବାରୁ ଶଙ୍କର ଧୈର୍ଯ୍ୟ ହରାଇ ବସିଥିଲେ। ସେ ରାଗରେ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଗୋଟିଏ ଧାରୁଆ ଅସ୍ତ୍ରରେ ଅଲଗା କରି ଦେଇଥିଲେ। ଏହାପରେ କଟା ମୁଣ୍ଡ ଧରି ସୂର୍ଯ୍ୟ ନଗର ପୁଲିସ୍ ଷ୍ଟେସନରେ ଶଙ୍କର ଆତ୍ମସମର୍ପଣ କରିଛନ୍ତି।
ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଏସ୍ପି ସିକେ ବାବା କହିଛନ୍ତି, “ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଗତକାଲି ରାତିରେ ବି ହୋଇଥିଲା। ଝଗଡ଼ା ସମୟରେ ଶଙ୍କର ପତ୍ନୀ ମନସାଙ୍କୁ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟାପରେ ସେ ପୁଲିସ ଷ୍ଟେସନରେ ପହଞ୍ଚି ନିଜ ଅପରାଧକୁ ମଧ୍ୟ ସ୍ୱୀକାର କରିଛନ୍ତି। ଆମେ ତାଙ୍କ ନାଁରେ ଗୋଟିଏ ମାମଲା କରିଛୁ। ଦମ୍ପତିଙ୍କର ଗୋଟିଏ ପିଲା ମଧ୍ୟ ରହିଛନ୍ତି।”
ଶଙ୍କର କଟା ମୁଣ୍ଡ ଧରି ପହଞ୍ଚିବା ପରେ ପୁଲିସ୍ ଏହାକୁ ଦେଖି ସବ୍ଧ ହୋଇ ଯାଇଥିଲା। ଏହାପରେ ଗୋଟିଏ ପୁଲିସ୍ ଟିମ ଶଙ୍କରଙ୍କ ଘରେ ପହଞ୍ଚି ମୁଣ୍ଡହୀନ ଶବକୁ ଜବତ କରିଥିଲା।