ପତ୍ନୀଙ୍କ ଠାରୁ ଅଲଗା ହେଲେ ସେଫ୍‌ କୁନାଲ କପୁର

ବିବାହର ୧୬ ବର୍ଷ ପରେ ସେ ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଛନ୍ତି।

ପତ୍ନୀଙ୍କ ଠାରୁ ଅଲଗା ହେଲେ ସେଫ୍‌ କୁନାଲ କପୁର

ପତ୍ନୀଙ୍କ ଠାରୁ ଅଲଗା ହେଲେ ସେଲେବ୍ରିଟି ସେଫ୍‌ କୁନାଲ କପୁର। ଦୀର୍ଘ ୧୬ ବର୍ଷର ବିବାହରେ ପଡିଲା ପୂର୍ଣ୍ଣଛେଦ। ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ଦେଲେ କୁନାଲ। କ୍ରୁରତା ଆଧାରରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପତ୍ନୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

celebrity-chef-kunal-kapurପତ୍ନୀ ଏକତା କପୁରଙ୍କ ସହ ସେଫ୍ କୁନାଲ କପୁର (ଫାଇଲ ଫଟୋ)

୨୦୦୮ରେ ଏକତା କପୁର ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ସେଫ୍‌ କୁନାଲ। ବିବାହର ୪ ବର୍ଷ ପରେ ୨୦୧୨ରେ ଏକ ପୁତ୍ର ସନ୍ତାନର ବାପା-ମା' ହୋଇଥିଲେ ଉଭୟ। ତେବେ ବେଶ୍ କିଛି ବର୍ଷ ହସଖୁସିରେ କଟିବା ପରେ ଆରମ୍ଭ ହୋଯାଇଥିଲା କୁନାଲ ଓ ଏକତାଙ୍କ ମଧ୍ୟରେ ଝଗଡା। ଉଭୟଙ୍କ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଥିଲା। ଏପରିକି ତାଙ୍କ ବାପା-ମା'ଙ୍କୁ ଏକତା ଅପମାନିତ କରୁବା ସହ ପ୍ରତାଡିତ କରିଥିବା କୁନାଲ ଅଭିଯୋଗ କରିଥିଲେ। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଛାଡପତ୍ର ପାଇଁ କୁନାଲ ମିଛ ଷଡଯନ୍ତ୍ର ରଚିଥିବା ପତ୍ନୀ ଏକତା କହିଛନ୍ତି।

ଏହାକୁ ନେଇ କୁନାଲ ପ୍ରଥମେ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଫ୍ୟାମିଲ କୁନାଲଙ୍କ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି କ୍ରୁରତା ଆଧାରରେ କୁନାଲଙ୍କୁ ପତ୍ନୀଙ୍କଠାରୁ ଛାଡ଼ପତ୍ର ମିଳିଛି। କୁନାଲଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଏକତାଙ୍କ ବ୍ୟବହାର କୁନାଲଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ନ ଥିଲା। ଏପରିକି ମିଛ ଅଭିଯୋଗରେ ତାଙ୍କର ବ୍ୟକ୍ତିଗତ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି କୋର୍ଟ କହିଛନ୍ତି।

୪୪ ବର୍ଷୀୟ କୁନାଲ ଦିଲ୍ଲୀ ବାସିନ୍ଦା ଅଟନ୍ତି। ପିଲାଟି ଦିନରୁ ତାଙ୍କୁ ରୋଷେଇ କରିବାର ସଉକ ଥିଲା। ଏହି କାରଣରୁ ସେ ସେଫ୍‌ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏବେ ସେ ଜଣେ ସେଲେବ୍ରିଟି ସେଫ୍ ରୂପେ ବେଶ୍ ଜଣାଶୁଣା। ଦେଶବିଦେଶରେ ତାଙ୍କର ଢ଼େର ଲୋକପ୍ରିୟତା ରହିଛି। ସେ ଜଣେ ସେଲିବ୍ରିଟି ଜଜ୍‌ ହୋଇଥିବା ବେଳେ ମାଷ୍ଟରସେଫ୍‌ ଇଣ୍ଡିଆର ଜଜ୍‌ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୩ ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫୁଡ୍‌ ରେସିପି ସେୟାର ମଧ୍ୟ କରନ୍ତି।