ପତ୍ନୀଙ୍କ ଠାରୁ ଛାଡପତ୍ର ନେବେ ସିଲିବ୍ରେଟି ଶେଫ୍ କୃଣାଲ କପୁର, କୋର୍ଟଙ୍କ ଠାରୁ ମିଳିଲା ମଞ୍ଜୁରୀ

ମୁମ୍ଵାଇ ୦୩।୦୪: ସେଲିବ୍ରିଟି ଶେଫ୍‌ କୁନାଲ କପୁର । ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କୁନାଲ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ପିତାମାତାଙ୍କୁ କେବେ ସମ୍ମାନ କରନ୍ତି ନାହିଁ ଏବଂ ସେ ସର୍ବଦା ତାଙ୍କୁ ଅପମାନିତ କରନ୍ତି। ସେପଟେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି  କୁନାଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ଛାଡପତ୍ର ପାଇବା ପାଇଁ କୁନାଲ ତାଙ୍କୁ ଅନ୍ଧାରରେ ରଖିଥିଲେ ଏବଂ ମିଛ ସବୁ କୋର୍ଟରେ କହିଛନ୍ତି । ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛନ୍ତି।କୋର୍ଟ ଏହାର ନିଷ୍ପତ୍ତି ଘୋଷଣା କରିଛନ୍ତିନିକଟରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ପତ୍ନୀଙ୍କ କ୍ରୁରତା କାରଣରୁ ଶେଫ୍‌ କୁନାଲ କପୁରଙ୍କୁ ଛାଡପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି। କୁନାଲଙ୍କ ଆବେଦନକୁ ଗ୍ରହଣ କରିବାବେଳେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୁନାଲଙ୍କ ପତ୍ନୀଙ୍କ ଆଚରଣ ଭଲ ନୁହେଁ, ସେ ତାଙ୍କ ସ୍ୱାମୀଙ୍କ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ କିମ୍ବା ତାଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ। ପାରିବାରିକ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତିକହିବାକୁ ଗଲେ କୁନାଲ ପୂର୍ବରୁ ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ। ସେଠାରୁ ଆବେଦନକୁ ପ୍ରତ୍ୟାଖ

ପତ୍ନୀଙ୍କ ଠାରୁ ଛାଡପତ୍ର ନେବେ ସିଲିବ୍ରେଟି ଶେଫ୍ କୃଣାଲ କପୁର, କୋର୍ଟଙ୍କ ଠାରୁ ମିଳିଲା ମଞ୍ଜୁରୀ

ମୁମ୍ଵାଇ ୦୩।୦୪: ସେଲିବ୍ରିଟି ଶେଫ୍‌ କୁନାଲ କପୁର । ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କୁନାଲ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ପିତାମାତାଙ୍କୁ କେବେ ସମ୍ମାନ କରନ୍ତି ନାହିଁ ଏବଂ ସେ ସର୍ବଦା ତାଙ୍କୁ ଅପମାନିତ କରନ୍ତି। ସେପଟେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି  କୁନାଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ଛାଡପତ୍ର ପାଇବା ପାଇଁ କୁନାଲ ତାଙ୍କୁ ଅନ୍ଧାରରେ ରଖିଥିଲେ ଏବଂ ମିଛ ସବୁ କୋର୍ଟରେ କହିଛନ୍ତି । ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛନ୍ତି।

କୋର୍ଟ ଏହାର ନିଷ୍ପତ୍ତି ଘୋଷଣା କରିଛନ୍ତି

ନିକଟରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ପତ୍ନୀଙ୍କ କ୍ରୁରତା କାରଣରୁ ଶେଫ୍‌ କୁନାଲ କପୁରଙ୍କୁ ଛାଡପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି। କୁନାଲଙ୍କ ଆବେଦନକୁ ଗ୍ରହଣ କରିବାବେଳେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୁନାଲଙ୍କ ପତ୍ନୀଙ୍କ ଆଚରଣ ଭଲ ନୁହେଁ, ସେ ତାଙ୍କ ସ୍ୱାମୀଙ୍କ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ କିମ୍ବା ତାଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ। 

ପାରିବାରିକ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି

କହିବାକୁ ଗଲେ କୁନାଲ ପୂର୍ବରୁ ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ। ସେଠାରୁ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ସ୍ୱୀକାର କରିଛନ୍ତି ଯେ କୁନାଲ ଏବଂ ତାଙ୍କ ପରିବାର ସମାଜରେ ସମ୍ମାନ ପାଇନାହାଁନ୍ତି। କିନ୍ତୁ ଏହା ସତ୍ତ୍ୱେ କୁନାଲ ତାଙ୍କ ବୈବାହିକ ଜୀବନକୁ ବଞ୍ଚାବାକୁ ଚେଷ୍ଟା କରିଥିଲେ। ତାଙ୍କ ପତ୍ନୀଙ୍କ ଏହି ଆଚରଣ ସତ୍ତ୍ଵେ କୁନାଲ ତାଙ୍କ ସହ ପୁନର୍ବାର ଜୀବନ ବିତାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତଥାପି କୁନାଲଙ୍କ ପତ୍ନୀ ପରିବର୍ତ୍ତନ ହୋଇନଥିଲେ।