ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ ଜଣେ ପଥଚାରୀଙ୍କ ଉପରେ ଓଲଟି ପଡିବାରୁ ଘଟନସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଟିଲୋ ତାଳପଦା ଗ୍ରାମର ସୁଧାକର ଧଳ ବୋଲି ଜଣାପଡିଛି । ସୁଧାକର ଘରୁ ବଜାରକୁ ଚାଲି ଚାଲି ଆସୁଥିବା ବେଳେ ବସଟି […] The post ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ appeared first on Dharitri Odia News.

ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ ଜଣେ ପଥଚାରୀଙ୍କ ଉପରେ ଓଲଟି ପଡିବାରୁ ଘଟନସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଟିଲୋ ତାଳପଦା ଗ୍ରାମର ସୁଧାକର ଧଳ ବୋଲି ଜଣାପଡିଛି । ସୁଧାକର ଘରୁ ବଜାରକୁ ଚାଲି ଚାଲି ଆସୁଥିବା ବେଳେ ବସଟି ତାଙ୍କ ଉପରେ  ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟି ପଡିଛି । ମୃତ ସୁଧାକର ଭାଜପାର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ସଭାପତି ଥିଲେ।ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ବନ୍ତ ପୋଲିସ ମୁତୟନ ରହିଛି । ଆହତ ମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

The post ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ appeared first on Dharitri Odia News.