ପଥଚାରୀଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣେ ମୃତ
ମାନ୍ହେଇମ୍,୩।୩: ଜର୍ମାନୀର ମାନହେଇମ୍ ସହରରେ ଜଣେ ଡ୍ରାଇଭର ପଥଚାରୀମାନଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। କଳାରଙ୍ଗର ଏସ୍ୟୁଭିଟି ଦ୍ରୁତ ବେଗରେ ଶପିଂ ଷ୍ଟ୍ରିଟ୍ର ଜନଗହଳି ମଧ୍ୟକୁ ପଶିଆସିବା ସହ ବହୁ ଲୋକଙ୍କ ଧକ୍କା ଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପୋଲିସ ଜଣକୁ ଗିରଫ କରିଥିବାବେଳେ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ତଦନ୍ତ ଚଳାଇଛି। ଗତବର୍ଷ ଡିସେମ୍ବରରେ ମାଗଡେବର୍ଗରେ ଏବଂ ଗତ ମାସରେ ମୁନିକ୍ରେ ଅନୁରୂପ […] The post ପଥଚାରୀଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣେ ମୃତ appeared first on Dharitri Odia News.
ମାନ୍ହେଇମ୍,୩।୩: ଜର୍ମାନୀର ମାନହେଇମ୍ ସହରରେ ଜଣେ ଡ୍ରାଇଭର ପଥଚାରୀମାନଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। କଳାରଙ୍ଗର ଏସ୍ୟୁଭିଟି ଦ୍ରୁତ ବେଗରେ ଶପିଂ ଷ୍ଟ୍ରିଟ୍ର ଜନଗହଳି ମଧ୍ୟକୁ ପଶିଆସିବା ସହ ବହୁ ଲୋକଙ୍କ ଧକ୍କା ଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ପୋଲିସ ଜଣକୁ ଗିରଫ କରିଥିବାବେଳେ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ତଦନ୍ତ ଚଳାଇଛି। ଗତବର୍ଷ ଡିସେମ୍ବରରେ ମାଗଡେବର୍ଗରେ ଏବଂ ଗତ ମାସରେ ମୁନିକ୍ରେ ଅନୁରୂପ ଭାବେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ସୋମବାର ମାନ୍ହେଇମ୍ରେ ଦୁର୍ଘଟଣା ପରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
The post ପଥଚାରୀଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣେ ମୃତ appeared first on Dharitri Odia News.