ପଥର ଖଣି ଧସି ୧୦ ମୃତ

ଆଇଜଲ,୨୮।୫: ମଙ୍ଗଳବାର ମିଜୋରାମର ଏକ ପଥର ଖଣିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜ୍ୟର ଆଇଜଲ ଜିଲାରେ ଏକ ପଥର ଖଣି ଭୁଶୁଡ଼ିବା ପରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ମିଜୋରାମ ପୋଲିସ କହିଛି ଯେ ଏହି ଘଟଣା ସକାଳ ପ୍ରାୟ ସାଢେ ୬ଟା ବେଳେ ଆଇଜଲର ଦକ୍ଷିଣ ପାର୍ଶ୍ୱରେ ଥିବା ମେଲଥାମ ଏବଂ ହଲିମେନ ମଧ୍ୟରେ ଘଟିଛି। ଆଜି ସକାଳୁ […] The post ପଥର ଖଣି ଧସି ୧୦ ମୃତ appeared first on Dharitri Odia News.

ପଥର ଖଣି ଧସି ୧୦ ମୃତ

ଆଇଜଲ,୨୮।୫: ମଙ୍ଗଳବାର ମିଜୋରାମର ଏକ ପଥର ଖଣିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜ୍ୟର ଆଇଜଲ ଜିଲାରେ ଏକ ପଥର ଖଣି ଭୁଶୁଡ଼ିବା ପରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ମିଜୋରାମ ପୋଲିସ କହିଛି ଯେ ଏହି ଘଟଣା ସକାଳ ପ୍ରାୟ ସାଢେ ୬ଟା ବେଳେ ଆଇଜଲର ଦକ୍ଷିଣ ପାର୍ଶ୍ୱରେ ଥିବା ମେଲଥାମ ଏବଂ ହଲିମେନ ମଧ୍ୟରେ ଘଟିଛି। ଆଜି ସକାଳୁ ଏହି ଅଞ୍ଚଳରେ ଲଗାତାର ବର୍ଷା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା।
ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦଶଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ କେତେକ ଅଳିଆ ଆବର୍ଜନାରେ ଫସି ରହିଥିଲେ। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି ବୋଲି ପୋଲିସ କହିଛି।
ଅଧିକାରୀ କହିଛନ୍ତି ଯେ ବର୍ଷା ହେତୁ ରାଜ୍ୟର ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଛି। ସେ କହିଛନ୍ତି ଯେ ହଣ୍ଟାରର ଜାତୀୟ ରାଜପଥ ୬ରେ ଭୂସ୍ଖଳନ ହେତୁ ଆଇଜଲ ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି।
ବର୍ଷା ହେତୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିଲା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଥିଲା।

The post ପଥର ଖଣି ଧସି ୧୦ ମୃତ appeared first on Dharitri Odia News.