ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା…

ପାଟଣା,୩୧।୧୨(ବୀରକିଶୋର ଦାଶ): କଥାରେ ଅଛି ରଖେ ହରି ତ ମାରେ କିଏ। ଜଣେ ୧୪ରୁ ୧୫ବର୍ଷର ନାବାଳକଙ୍କୁ ମଙ୍ଗଳବାର ସକାଳୁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭିମକୁଣ୍ଡର ସାନକୁଣ୍ଡ ଉପରୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସେ ନିଜ ବିଷୟରେ କିଛି କହିପାରୁନାହାଁନ୍ତି। ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ଭୀମକୁଣ୍ଡରେ ଚାଓମିନ୍‌ ଦୋକାନ କରିଥିବା ପଲାଣ ଘାଟି ଗ୍ରାମର ଚନ୍ଦନ ମହାନ୍ତ ଓ ବାଲି ଯୋଡ଼ିଗ୍ରାମର […] The post ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା… appeared first on Dharitri Odia News.

ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା…

ପାଟଣା,୩୧।୧୨(ବୀରକିଶୋର ଦାଶ): କଥାରେ ଅଛି ରଖେ ହରି ତ ମାରେ କିଏ। ଜଣେ ୧୪ରୁ ୧୫ବର୍ଷର ନାବାଳକଙ୍କୁ ମଙ୍ଗଳବାର ସକାଳୁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭିମକୁଣ୍ଡର ସାନକୁଣ୍ଡ ଉପରୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସେ ନିଜ ବିଷୟରେ କିଛି କହିପାରୁନାହାଁନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ଭୀମକୁଣ୍ଡରେ ଚାଓମିନ୍‌ ଦୋକାନ କରିଥିବା ପଲାଣ ଘାଟି ଗ୍ରାମର ଚନ୍ଦନ ମହାନ୍ତ ଓ ବାଲି ଯୋଡ଼ିଗ୍ରାମର ଘନ ମହାନ୍ତ ଶୌଚ ହେବା ପାଇଁ ଯାଇଥିବା ବେଳେ ଉକ୍ତ ଯୁବକ ଏକ ବଡ ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିବା ଦେଖି ଓ ନଦୀ ଅପରପାର୍ଶ୍ୱରୁ ୨ଟି ଗାମୁଛାକୁ ଗଣ୍ଠିକରି ନାବାଳକଙ୍କ ପାଖରେ ପହଞ୍ଚାଇଥିଲେ। ନାବାଳକ ଜଣକ ଗାମୁଛା ଧରି ଉପରକୁ ଆସିଥିଲେ। ସେ ଏକ ଓଦା ହାଫପ୍ୟାଣ୍ଟ ଓ ଶର୍ଟ ପିନ୍ଧି ଥିବା ବେଳେ ଶୀତରେ ଥରୁଥିଲେ। କେବଳ ଭୋକ ଲାଗୁଚି ବ୍ୟତୀତ ଆଉ କିଛି କହି ପାରି ନ ଥିଲେ। ଚନ୍ଦନ ତାଙ୍କୁ ଆଳୁ ଦମ ଦହିବରା ଖାଇବାକୁ ଦେବା ସହ ଶୁଖିଲା ପ୍ୟାଣ୍ଟ ପିନ୍ଧି ବାକୁଦେଇଥିଲେ। ପରେ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପାଟଣା ଥାନା୍‌କୁ ଅଣା ଯାଇଛି। ସେ କେଉଁଠୁ କିଭଳି ଉପର ମୁଣ୍ଡରୁ ବୈତରଣୀ ନଦୀରେ ଭାସି ଆସିଲେକି ଗାଧୋଉ ଥିବା ବେଳେ ସ୍ରୋତ ତାଙ୍କୁ ଭସାଇ ଆଣିଛି ତାହା ଜଣାପଡ଼ନାହିଁ। ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ ନାବାଳକଙ୍କ ଫଟୋ ବିଭିନ୍ନ ଥାନାକୁ ପଠାଇ ତଦନ୍ତ କରୁଛନ୍ତି।

The post ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା… appeared first on Dharitri Odia News.