ପଦକ ତାଲିକାରେ ଆମେରିକା ପ୍ରଥମ
ପ୍ୟାରିସ୍,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଆମେରିକା ପଦକ ତାଲିକାର ପ୍ରଥମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଆରମ୍ଭରୁ ଚାଇନା ପଦକ ତାଲିକାରେ ଅଧିକ ସ୍ବର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିଲା। ତେବେ ଟୁର୍ନାମେଣ୍ଟର ଅନ୍ତିମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ସହ ଆମେରିକା ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା। ଆମେରିକା ୪୦ ସ୍ବର୍ଣ୍ଣ, ୪୪ ରୌପ୍ୟ ଓ ୪୨ ବ୍ରୋଞ୍ଜ ସହ ମୋଟ ୧୨୬ ପଦକ ହାସଲ କରିଥିଲା। ଅନ୍ୟ ପକ୍ଷରେ ଚାଇନା […] The post ପଦକ ତାଲିକାରେ ଆମେରିକା ପ୍ରଥମ appeared first on Dharitri Odia News.
ପ୍ୟାରିସ୍,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଆମେରିକା ପଦକ ତାଲିକାର ପ୍ରଥମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଆରମ୍ଭରୁ ଚାଇନା ପଦକ ତାଲିକାରେ ଅଧିକ ସ୍ବର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିଲା। ତେବେ ଟୁର୍ନାମେଣ୍ଟର ଅନ୍ତିମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ସହ ଆମେରିକା ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା। ଆମେରିକା ୪୦ ସ୍ବର୍ଣ୍ଣ, ୪୪ ରୌପ୍ୟ ଓ ୪୨ ବ୍ରୋଞ୍ଜ ସହ ମୋଟ ୧୨୬ ପଦକ ହାସଲ କରିଥିଲା। ଅନ୍ୟ ପକ୍ଷରେ ଚାଇନା ୪୦ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୨୪ ବ୍ରୋଞ୍ଜ ପଦକ ସହ ମୋଟ ୯୧ ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଜାପାନ ୪୫ ପଦକ(୨୦ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୧୩ ବ୍ରୋଞ୍ଜ) ସହ ତୃତୀୟ ସ୍ଥାନରେ ରହିଥିଲା। ଅନ୍ୟ ପକ୍ଷରେ ଆୟୋଜକ ଫ୍ରାନ୍ସ ୧୬ ସ୍ବର୍ଣ୍ଣ, ୨୬ ରୌପ୍ୟ, ୨୨ ବ୍ରୋଞ୍ଜ ସହ ମୋଟ ୬୪ ପଦକ ହାସଲ କରିଛି।
ଚାଇନାକୁ ୩୦୦ ତମ ପଦକ
ଚାଇନା ଏହାର ଅଲିମ୍ପିକ୍ସ ଇତିହାସର ୩୦୦ତମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ରବିବାର ମହିଳା ଟେବୁଲ ଟେନିସ୍ ଇଭେଣ୍ଟ ଫାଇନାଲରେ ଜାପାନକୁ ୩-୦ରେ ହରାଇବା ସହ ଚାଇନା ଏହି ସଫଳତା ହାସଲ କରିଛି। ମହିଳା ଟିଟି ଟିମ୍ ଇଭେଣ୍ଟରେ ଏହା ଚାଇନାର ପଞ୍ଚମ ଅଲିମ୍ପିକ୍ସ ପଦକ। ଶେଷ ଥର ପାଇଁ ଚାଇନା ୨୦୦୮ ବେଜିଂ ଅଲିମ୍ପିକ୍ସରେ ମହିଳା ଟିଟି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲା। ସ୍ବର୍ଣ୍ଣ ପଦକ ପାଇଁ ଚାଇନାର ସମସ୍ତ ଖେଳାଳି ବଦ୍ଧପରିକର ଥିଲେ ବୋଲି କହିଛନ୍ତି ୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ସୁନ୍ ୟିଙ୍ଗଶା।
The post ପଦକ ତାଲିକାରେ ଆମେରିକା ପ୍ରଥମ appeared first on Dharitri Odia News.