ପଦାରେ ପଡିଲା ଭିତିରି କଥା, କୋଲକାତା ଘଟଣାରେ ମମତାଙ୍କ ଠାରୁ ଦୂରେଇ ଯାଉଛନ୍ତି କି ଅଭିଷେକ ବାନାର୍ଜୀ
କୋଲକାତା,୨୨।୮: ଆରଜି କର ମେଡିକାଲରେ ଟେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଉର୍ତ୍ସନା କରିଛନ୍ତି। ଏହାରି ଭିତରେ ତୃଣମୂଳ କଂଗ୍ରେସ ମଧ୍ୟରେ ଏକ ବଡ଼ ଫାଟ ଦେଖିବାକୁ ମିଳିଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କର ପୁତୁରା ତଥା ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ମତଭେଦ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। କୋଲକାତାର ଏହି ହାଇ ପ୍ରୋଫାଇଲ […] The post ପଦାରେ ପଡିଲା ଭିତିରି କଥା, କୋଲକାତା ଘଟଣାରେ ମମତାଙ୍କ ଠାରୁ ଦୂରେଇ ଯାଉଛନ୍ତି କି ଅଭିଷେକ ବାନାର୍ଜୀ appeared first on Dharitri Odia News.
କୋଲକାତା,୨୨।୮: ଆରଜି କର ମେଡିକାଲରେ ଟେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଉର୍ତ୍ସନା କରିଛନ୍ତି। ଏହାରି ଭିତରେ ତୃଣମୂଳ କଂଗ୍ରେସ ମଧ୍ୟରେ ଏକ ବଡ଼ ଫାଟ ଦେଖିବାକୁ ମିଳିଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କର ପୁତୁରା ତଥା ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ମତଭେଦ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି।
କୋଲକାତାର ଏହି ହାଇ ପ୍ରୋଫାଇଲ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଷେକ ନିଜକୁ ଦୂରେଇ ରଖିଛନ୍ତି। ସେ ସିବିଆଇକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। କିନ୍ତୁ ଦିଦିଙ୍କ ରାଲି କିମ୍ବା ପଦଯାତ୍ରାରୁ ନିଜକୁ ଦୂରେଇ ରଖିବାର ବିକଳ୍ପକୁ ବାଛିଛନ୍ତି। ତେବେ ଏହାକୁ ନେଇ ଅଭିଷେକଙ୍କୁ ପାଖଲୋକ ଏକ ଜାତୀୟ ଗଣମାଧ୍ୟକୁ ଭିତିରି କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହସ୍ପିଟାଲ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ତୁରନ୍ତ ନିଲମ୍ବନ କରାଯାଇ ନ ଥିବାରୁ ସେ ମମତାଙ୍କ ଉପରେ ଅସନ୍ତୋଷ ଅଛନ୍ତି। ଏହାପରେ ସନ୍ଦୀପଙ୍କୁ ଆରଜିରୁ ହଟାଇ ଅନ୍ୟ ଏକ ସ୍ଥାନରେ ଭଲ ପଦବୀରେ ନିଯୁକ୍ତି କରାଯାଇଛି। ଅଭିଷେକଙ୍କନୁସାରେ ନିଜର ନିର୍ମଳ ଭାବମୂର୍ତ୍ତିକୁ ନେଇ ଜଣାଶୁଣା ମମତା ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।
The post ପଦାରେ ପଡିଲା ଭିତିରି କଥା, କୋଲକାତା ଘଟଣାରେ ମମତାଙ୍କ ଠାରୁ ଦୂରେଇ ଯାଉଛନ୍ତି କି ଅଭିଷେକ ବାନାର୍ଜୀ appeared first on Dharitri Odia News.