ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା ପତ୍ରକୁ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି। ଗତ ମାସ ରାଜୁ ଦାସ ଭାଜପାରେ ଯୋଗ ଦେଇଥିଲେ। ଭାଜପା ରାଜୁ ଦାସଙ୍କୁ ବାଲେଶ୍ବର ଜିଲା ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। କିନ୍ତୁ ଦଳଏହି ଆସନରୁ ପ୍ରାର୍ଥୀ ବଦଳାଇ ପର୍ଶୁରାମ ଧଡ଼ାଙ୍କୁ ଟିକେଟ ଦେଇଛି। ଯାହା ପରେ […] The post ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ appeared first on Dharitri Odia News.

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା ପତ୍ରକୁ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି।

ଗତ ମାସ ରାଜୁ ଦାସ ଭାଜପାରେ ଯୋଗ ଦେଇଥିଲେ। ଭାଜପା ରାଜୁ ଦାସଙ୍କୁ ବାଲେଶ୍ବର ଜିଲା ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। କିନ୍ତୁ ଦଳଏହି ଆସନରୁ ପ୍ରାର୍ଥୀ ବଦଳାଇ ପର୍ଶୁରାମ ଧଡ଼ାଙ୍କୁ ଟିକେଟ ଦେଇଛି। ଯାହା ପରେ ସେ ଅସନ୍ତୋଷ ହୋଇ ଭାଜପାରୁ ଇସ୍ତଫା ଦେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ରାଜେନ୍ଦ୍ର ଦାସ ୨୦୦୯ରେ ଧାମନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ରାଜୁ ଦାସ ବିଜେଡି ଟିକେଟ୍‌ ଲଢିଥିଲେ ମଧ୍ୟ ଭାଜପା ପ୍ରାର୍ଥୀ ବିଷ୍ଣ ଚରଣ ସେଠୀଙ୍କ ଠାରୁ ହାରିଯାଇଥିଲେ।

The post ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ appeared first on Dharitri Odia News.