ପଦ୍ମ ଧରିଲେ ସୁଜିତ

ଭୁବନେଶ୍ୱର,୬।୯:ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ।ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା । ତେବେ ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଥିଲେ  ସୁଜିତ । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଥିଲେ । […] The post ପଦ୍ମ ଧରିଲେ ସୁଜିତ appeared first on Dharitri Odia News.

ପଦ୍ମ ଧରିଲେ ସୁଜିତ

ଭୁବନେଶ୍ୱର,୬।୯:ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ।ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା । ତେବେ ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଥିଲେ  ସୁଜିତ । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଥିଲେ । ଅଳ୍ପ କେଇଟା ସମୟ ପରେ ସୁଜିତ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚଚ୍ଚର୍ଚ୍ଚା ହେଉଥିଲା ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ଇସ୍ତଫା ପତ୍ର ପଠାଇବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ। ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

The post ପଦ୍ମ ଧରିଲେ ସୁଜିତ appeared first on Dharitri Odia News.