‘ପଦ୍ମ ସମ୍ମାନ-୨୦୨୬’ ପାଇଁ ପ୍ରକ୍ରିୟା ଆରମ୍ଭ; ଏପ୍ରିଲ୍ ୧୧ରୁ ଜୁଲାଇ ୩୧ ଯାଏଁ ନାମାଙ୍କନ
ନୂଆଦିଲ୍ଲୀ: ଆସନ୍ତାବର୍ଷ ପଦ୍ମ ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ । ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଏହି ଆଓ୍ବାର୍ଡ ଘୋଷଣା କରାଯିବ । ଦେଶର ନାଗରିକ ସମ୍ମାନ ତଥା ପଦ୍ମ ପୁରସ୍କାର-୨୦୨୬ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ମାନଦଣ୍ଡ ବିଜ୍ଞପ୍ତି ପ୍ରକାଶ କରିବା ସହ ନାମାଙ୍କନ ଆରମ୍ଭ କରାଯାଇଛି । ଶୁକ୍ରବାର ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ବୟାନ ଅନୁଯାୟୀ, ପଦ୍ମ ପୁରସ୍କାର ପାଇଁ ନୋମିନେସନ ଓ ସୁପାରିସ୍ କରିବାର ଅନ୍ତିମ ତାରିଖ ୩୧ ଜୁଲାଇ ରହିଛି । ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ । ୧୯୫୪ ମସିହାରୁ ଏହି ପୁରସ୍କାର ତିନୋଟି ଶ୍ରେଣୀରୁ ଦିଆଯାଇଛି । ଅସାଧରଣ କାର୍ଯ୍ୟ ଓ ବିଶେଷ କ୍ଷେତ୍ରରେ ସେବା ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯାଉଛି । ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଏହି ପୁରସ୍କାର ଘୋଷଣା ହୋଇଥାଏ । ୨୦୧୪ ପରଠାରୁ ମୋଦି ସରକାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସାମ୍ମାନିତ କରିଛନ୍ତି । ବିଶେଷ କାର୍ଯ୍ୟ ପାଇଁ ଏହି ସମ୍ମାନ ମିଳିଥାଏ । କଳା, ସାହିତ୍ୟ, ଶିକ୍ଷା, ଖେଳ, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସର୍ବାଜନିକ ମାମଲା, ସମାଜସେବା, ବ୍ୟବସାୟ, ଅଦ୍ୟୋଗ ଭଳି କ୍ଷେତ୍ରରେ ବିଶେଷ ସେବା ଓ ଅସାଧାରଣ ଉପଲବ୍ଧୀ ପାଇଁ ପୁରସ୍କାର ଦିଆଯାଉଛି । ତେବେ ଆସନ୍ତାବର୍ଷ ପଦ୍ମ ସମ୍ମାନ ପାଇଁ ଆଜିଠୁ ପ୍ରକ୍ରିୟା
ନୂଆଦିଲ୍ଲୀ: ଆସନ୍ତାବର୍ଷ ପଦ୍ମ ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ । ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଏହି ଆଓ୍ବାର୍ଡ ଘୋଷଣା କରାଯିବ । ଦେଶର ନାଗରିକ ସମ୍ମାନ ତଥା ପଦ୍ମ ପୁରସ୍କାର-୨୦୨୬ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ମାନଦଣ୍ଡ ବିଜ୍ଞପ୍ତି ପ୍ରକାଶ କରିବା ସହ ନାମାଙ୍କନ ଆରମ୍ଭ କରାଯାଇଛି । ଶୁକ୍ରବାର ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ବୟାନ ଅନୁଯାୟୀ, ପଦ୍ମ ପୁରସ୍କାର ପାଇଁ ନୋମିନେସନ ଓ ସୁପାରିସ୍ କରିବାର ଅନ୍ତିମ ତାରିଖ ୩୧ ଜୁଲାଇ ରହିଛି ।
ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ । ୧୯୫୪ ମସିହାରୁ ଏହି ପୁରସ୍କାର ତିନୋଟି ଶ୍ରେଣୀରୁ ଦିଆଯାଇଛି । ଅସାଧରଣ କାର୍ଯ୍ୟ ଓ ବିଶେଷ କ୍ଷେତ୍ରରେ ସେବା ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯାଉଛି । ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଏହି ପୁରସ୍କାର ଘୋଷଣା ହୋଇଥାଏ । ୨୦୧୪ ପରଠାରୁ ମୋଦି ସରକାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସାମ୍ମାନିତ କରିଛନ୍ତି । ବିଶେଷ କାର୍ଯ୍ୟ ପାଇଁ ଏହି ସମ୍ମାନ ମିଳିଥାଏ । କଳା, ସାହିତ୍ୟ, ଶିକ୍ଷା, ଖେଳ, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସର୍ବାଜନିକ ମାମଲା, ସମାଜସେବା, ବ୍ୟବସାୟ, ଅଦ୍ୟୋଗ ଭଳି କ୍ଷେତ୍ରରେ ବିଶେଷ ସେବା ଓ ଅସାଧାରଣ ଉପଲବ୍ଧୀ ପାଇଁ ପୁରସ୍କାର ଦିଆଯାଉଛି । ତେବେ ଆସନ୍ତାବର୍ଷ ପଦ୍ମ ସମ୍ମାନ ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି ।