ପଦ୍ମପୁରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ମାଜିଷ୍ଟ୍ରେଟ୍‌, ପୌରାଧିକାରୀଙ୍କ ସମେତ ପୋଲିସ ମୁତୟନ

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ପଦ୍ମପୁର ଭେଉଁରିଆ ଛକ ସମେତ ଜଗଦଲପୁର, ପାଇକମାଲ ରାସ୍ତା ଓ ବହୁ ପୁରାତନ ପଞ୍ଚାୟତ ଇଣ୍ଡଷ୍ଟ୍ରିର କୋଠାକୁ ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦ୍ମପୁର ତହସିଲଦାର ବିପିନ ବିହାରୀ ପଧାନ, ପଦ୍ମପୁର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ପଦ୍ମପୁର ଥାନାଧିକାରୀ ମମତା ନାଏକ ସମେତ ପୂର୍ତ୍ତ ବିଭାଗ ଅଧିକାରୀ, ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ପ୍ରକାଶ ଯେ, ଏହି ମୁଖ୍ୟ ଛକ ଓ ରାସ୍ତା […] The post ପଦ୍ମପୁରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ମାଜିଷ୍ଟ୍ରେଟ୍‌, ପୌରାଧିକାରୀଙ୍କ ସମେତ ପୋଲିସ ମୁତୟନ appeared first on Dharitri Odia News.

ପଦ୍ମପୁରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ମାଜିଷ୍ଟ୍ରେଟ୍‌, ପୌରାଧିକାରୀଙ୍କ ସମେତ ପୋଲିସ ମୁତୟନ

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ପଦ୍ମପୁର ଭେଉଁରିଆ ଛକ ସମେତ ଜଗଦଲପୁର, ପାଇକମାଲ ରାସ୍ତା ଓ ବହୁ ପୁରାତନ ପଞ୍ଚାୟତ ଇଣ୍ଡଷ୍ଟ୍ରିର କୋଠାକୁ ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦ୍ମପୁର ତହସିଲଦାର ବିପିନ ବିହାରୀ ପଧାନ, ପଦ୍ମପୁର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ପଦ୍ମପୁର ଥାନାଧିକାରୀ ମମତା ନାଏକ ସମେତ ପୂର୍ତ୍ତ ବିଭାଗ ଅଧିକାରୀ, ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।
ପ୍ରକାଶ ଯେ, ଏହି ମୁଖ୍ୟ ଛକ ଓ ରାସ୍ତା ଜବରଦଖଲ ପାଇଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲା। ଏନେଇ ଗତ ୨୧ ତାରିଖରେ ପଦ୍ମପୁର ଅତିରିକ୍ତ ଜିଲାପାଳ କୁନାଲ ଚଭନ ଏକ ବୈଠକ ଡାକି ପଦ୍ମପୁରର ବିଭିନ୍ନ ସଂଗଠନ ସହିତ ଆଲୋଚନା କରିଥିଲେ। ଏହି ଜବରଦଖଲ ଉଚ୍ଛେଦ ପରେ ଭେଉଁରିଆ ଛକର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

The post ପଦ୍ମପୁରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ମାଜିଷ୍ଟ୍ରେଟ୍‌, ପୌରାଧିକାରୀଙ୍କ ସମେତ ପୋଲିସ ମୁତୟନ appeared first on Dharitri Odia News.