ପଦ୍ମଶ୍ରୀ ଫେରାଇବେ ହେମଚାନ୍ଦ ମାଝୀ, କହିଲେ- ନକ୍ସଲମାନଙ୍କ ଠାରୁ ମିଳୁଛି ଧମକ
ରାୟପୁର : ୨୦୨୪ରେ କେନ୍ଦ୍ର ସରାକରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଛତିଶଗଡର ହେମଚାନ୍ଦ ମାଝୀ, ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇବା ନେଇ ଘୋଷଣା କରିଛନ୍ତି। ନକ୍ସଲମାନଙ୍କଠାରୁ କ୍ରମାଗତ ଧମକ ମିଳୁଥିବାରୁ ସେ ପଦ୍ମଶ୍ରୀ ଫେରାଇଦେବେ ବୋଲି କହିଛନ୍ତି। ଦୀର୍ଘ ୫ ଦଶନ୍ଧି ଧରି ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ନାରାୟଣପୁରର ପାରମ୍ପରିକ ଔଷଧୀୟ ଡାକ୍ତର(ବୈଦରାଜ) ହେମଚାନ୍ଦ ମାଝୀ ୧୫ ବର୍ଷ ବୟସରୁ ଅସହାୟଙ୍କ ସେବା ଆରମ୍ଭ କରିଥିଲେ। ଯାହା ଲୋକଲୋଚନାକୁ ଆସିବା ପରେ […]

ରାୟପୁର : ୨୦୨୪ରେ କେନ୍ଦ୍ର ସରାକରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଛତିଶଗଡର ହେମଚାନ୍ଦ ମାଝୀ, ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇବା ନେଇ ଘୋଷଣା କରିଛନ୍ତି। ନକ୍ସଲମାନଙ୍କଠାରୁ କ୍ରମାଗତ ଧମକ ମିଳୁଥିବାରୁ ସେ ପଦ୍ମଶ୍ରୀ ଫେରାଇଦେବେ ବୋଲି କହିଛନ୍ତି।
ଦୀର୍ଘ ୫ ଦଶନ୍ଧି ଧରି ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ନାରାୟଣପୁରର ପାରମ୍ପରିକ ଔଷଧୀୟ ଡାକ୍ତର(ବୈଦରାଜ) ହେମଚାନ୍ଦ ମାଝୀ ୧୫ ବର୍ଷ ବୟସରୁ ଅସହାୟଙ୍କ ସେବା ଆରମ୍ଭ କରିଥିଲେ। ଯାହା ଲୋକଲୋଚନାକୁ ଆସିବା ପରେ ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ମିଳିବା ନେଇ ଘୋଷଣା କରିଥିଲେ। ଆଉ ଏହାପରେ ହେମଚାନ୍ଦ ମାଝୀ ରାଷ୍ଟ୍ରପତି ଭବନରେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ତେବେ ଏହାପରେ ତାଙ୍କୁ ନକ୍ସଲମାନଙ୍କ ଠାରୁ କ୍ରମାଗତ ଧମକ ମିଳିଚାଲିଛି। ଯାହାକୁ ନେଇ ସେ ଭୟଭୀତ ହୋଇ ପଦ୍ମଶ୍ରୀ ଫେରାଇବେ ବୋଲି ଘୋଷଣା କରିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ନକ୍ସଲମାନେ ରବିବାର ରାତିରେ ନାରାୟଣପୁର ଜିଲ୍ଲାର ଚାମେଲି ଏବଂ ଗୋର୍ଦାଣ୍ଡ ଗ୍ରାମରେ ଦୁଇଟି ନିର୍ମାଣାଧୀନ ମୋବାଇଲ୍ ଟାୱାରରେ ନିଆଁ ଲଗାଇ ଦେଇଛନ୍ତି। ଏହା ସହିତ ନକ୍ସଲମାନେ ହେମଚାନ୍ଦ ମାଝୀଙ୍କୁ ଧମକ ଦେଇ ବ୍ୟାନର ଲଗାଇଥିଲେ। ଏହା ବ୍ୟତୀତ ସେଠାରେ କିଛି ପାମ୍ପଲେଟ୍ ମଧ୍ୟ ଫୋପାଡି ଦିଆଯାଇଥିଲା, ଯେଉଁଥିରେ ହେମଚାନ୍ଦ ମାଝୀଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାର ଚିତ୍ର ଛପା ଯାଇଥିଲା। ନକ୍ସଲମାନେ ଅଭିଯୋଗ କରିଛନ୍ତି ଯେ ନାରାୟଣପୁରର ଛୋଟୋଡଙ୍ଗର ଅଞ୍ଚଳରେ ଆମଜାଇ ଭ୍ୟାଲି ଆଇରନ୍ ଖଣି ପ୍ରକଳ୍ପ ଆରମ୍ଭ କରିବାରେ ହେମଚାନ୍ଦ ମାଝୀ ସାହାଯ୍ୟ କରିଥିଲେ ଏବଂ ଏଥିପାଇଁ ଲାଞ୍ଚ ମଧ୍ୟ ନେଇଥିଲେ। ଏହାପୂର୍ବରୁ ମଧ୍ୟ ହେମଚାନ୍ଦ ମାଝୀଙ୍କୁ ଏପରି ଅଭିଯୋଗ କରି ନକ୍ସଲମାନେ ଧମକ ଦେଇଥିଲେ। ଅନ୍ୟପକ୍ଷରେ ବୈଦରାଜ ହେମଚାନ୍ଦ ମାଝୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।
୨୦୨୩ରେ ହେମଚାନ୍ଦ ମାଝୀଙ୍କ ଭଣଜାଙ୍କୁ ହତ୍ୟା କରାଯାଇଥିଲା
ବୈଦରାଜ ହେମଚାନ୍ଦ ମାଝୀ କହିଛନ୍ତି ଯେ ତାଙ୍କ ପରିବାର ସହ କଥା ହେବା ପରେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସେ ତାଙ୍କର ପାରମ୍ପରିକ ଚିକିତ୍ସା କାର୍ଯ୍ୟ ମଧ୍ୟ ଛାଡିବେ ବୋଲି କହିଛନ୍ତି। ବୈଦରାଜ ହେମଚାନ୍ଦ ମାଝୀ କହିଛନ୍ତି, ‘ମୁଁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବି। ଏହାପୂର୍ବରୁ ନକ୍ସଲମାନେ ମୋ ଭଣଜା କୋମଲ ମାଝୀଙ୍କୁ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରି ହତ୍ୟା କରିଥିଲେ। ମୁଁ ଏବଂ ମୋର ପରିବାର ଭୟର ବାସ କରୁଛୁ। ବର୍ତ୍ତମାନ ହେମଚାନ୍ଦ ମାଝୀଙ୍କ ପରିବାରକୁ ସ୍ଥାନୀୟ ପୁଲିସ ସୁରକ୍ଷା ଯୋଗାଇ ଦେଇଛି।