ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁମ୍ବାଇ ଗୌରବ ସମ୍ମାନ
ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): ଚଳିତ ମାସ ୬ ତାରିଖରେ ମୁମ୍ବାଇସ୍ଥିତ ଦାଦର ସ୍ବାତନ୍ତ୍ର୍ୟବୀର ସାବରକର ଅଡ଼ିଟୋରିୟମଠାରେ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଏଲ୍ଆଇସି ଇଡି ରତ୍ନାକର ପଟ୍ଟନାୟକ, ଆର୍ବିଆଇ ଇଡି ଚାରୁଲତା କର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଡାକ୍ତର ସପନ ମିଶ୍ର ଓ ଚମ୍ପକ ତ୍ରିପାଠୀ ମା’ ସମଲେଇଙ୍କ ପୂଜାର୍ଚ୍ଚନା କରିଥିଲେ। କିମ୍ବଦନ୍ତୀ ଅଭିନେତା ନିର୍ଦ୍ଦେଶକ ସ୍ବର୍ଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ସ୍ମୃତିରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। […] The post ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁମ୍ବାଇ ଗୌରବ ସମ୍ମାନ appeared first on Dharitri Odia News.
ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): ଚଳିତ ମାସ ୬ ତାରିଖରେ ମୁମ୍ବାଇସ୍ଥିତ ଦାଦର ସ୍ବାତନ୍ତ୍ର୍ୟବୀର ସାବରକର ଅଡ଼ିଟୋରିୟମଠାରେ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଏଲ୍ଆଇସି ଇଡି ରତ୍ନାକର ପଟ୍ଟନାୟକ, ଆର୍ବିଆଇ ଇଡି ଚାରୁଲତା କର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଡାକ୍ତର ସପନ ମିଶ୍ର ଓ ଚମ୍ପକ ତ୍ରିପାଠୀ ମା’ ସମଲେଇଙ୍କ ପୂଜାର୍ଚ୍ଚନା କରିଥିଲେ। କିମ୍ବଦନ୍ତୀ ଅଭିନେତା ନିର୍ଦ୍ଦେଶକ ସ୍ବର୍ଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ସ୍ମୃତିରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସଦସ୍ୟ ଆୟକର ବିଭାଗର ଅବସରପ୍ରାପ୍ତ କମିଶନର ଅଧ୍ୟକ୍ଷ ଶ୍ରୀକାନ୍ତ ଚାଟାର୍ଜୀ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହା ପରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ଗୌରବ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା। ସମ୍ବଲପୁରୀ ଭାଷା ଓ ସଂସ୍କୃତିର ଅବଦାନ ପାଇଁ ଡକ୍ଟର ସପନ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପରେ ଗୁରୁ ଦୁର୍ଗା ଦାଶ ଓ ଗୁରୁ ଅସୀମ ପ୍ରଧାନଙ୍କ ନେତୃତ୍ୱରେ ରଙ୍ଗ ଫରୁଆ ଗ୍ରୁପ ଦ୍ୱାରା ପରିବେଷିତ ସମ୍ବଲପୁରୀ ସଂଗୀତ ଓ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଓ ପ୍ରାମାଣିକ ଓଡିଆ ଖାଦ୍ୟର ମଜା ନେଇଥିଲେ। ପାରମ୍ପରିକ ସମ୍ବଲପୁରୀ ହ୍ୟାଣ୍ଡଲୁମ ପରିଧାନ କରିଥିବା ସଦସ୍ୟମାନଙ୍କୁ ନେଇ ଏକ ସମ୍ବଲପୁରୀ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ କବିତା ସାହାଣୀ ସଂଯୋଜନା କରିଥିଲେ।
The post ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁମ୍ବାଇ ଗୌରବ ସମ୍ମାନ appeared first on Dharitri Odia News.