ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌

ପୁରୀ : ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଛି। କୋଲକାତାରୁ କେହି ଜଣେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିଥିବା ଜଣାପଡିଛି। ଏ ନେଇ ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍ସ ପକ୍ଷରୁ ତାଙ୍କୁ ମେଲ୍‌ ଯୋଗେ ଅବଗତ କରାଯାଇଛି। View this post on Instagram A post shared by Sudarsan pattnaik (@sudarsansand) ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ସେ ମଧ୍ୟ ଏକ୍ସକୁ ମେଲ୍‌ କରିଥିବା ବେଳେ […]

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌
Sand Artist Sudarsan Pattnaik's X account hacked

ପୁରୀ : ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଛି। କୋଲକାତାରୁ କେହି ଜଣେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିଥିବା ଜଣାପଡିଛି। ଏ ନେଇ ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍ସ ପକ୍ଷରୁ ତାଙ୍କୁ ମେଲ୍‌ ଯୋଗେ ଅବଗତ କରାଯାଇଛି।


ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ସେ ମଧ୍ୟ ଏକ୍ସକୁ ମେଲ୍‌ କରିଥିବା ବେଳେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ହ୍ୟାକ୍‌ର ତାଙ୍କ ପାସ୍‌ୱାର୍ଡକୁ ବଦଳାଇ ନିଜ ନିୟନ୍ତ୍ରଣକୁ ନେଇ ପରିଚାଳିତ କରୁଥିବା ସୁଦର୍ଶନ ଅଭିଯୋଗ କରିଛନ୍ତି।