ପଦ୍ମଶ୍ରୀ ସୁଦର୍ଶନଙ୍କ ନାଁରେ ପୁଣି ଏକ ବିଶ୍ୱରେକର୍ଡ : ବାଲି ଓ ଚକୋଲେଟ୍ରେ ବିଶ୍ୱର ସବୁଠୁ ବଡ଼ ସାନ୍ତାକ୍ଲଜ୍
ପୁରୀ : ବୁଧବାର ବଡଦିନ। ଏହାର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବିଶାଳ ସାନ୍ତା କ୍ଲଜ। ବାଲି ଓ ଚକୋଲେଟରେ ବିଶ୍ୱର ସବୁଠୁ ବଡ଼ ସାନ୍ତା କ୍ଲଜ ପ୍ରସ୍ତୁତି କରି ସୁଦର୍ଶନ ପୁଣି ଏକ ବିଶ୍ୱରେକର୍ଡ କରିଛନ୍ତି। ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ସେ ୫୫୦ କିଲୋ କ୍ୟାଣ୍ଡି ଚକୋଲେଟ୍ ବ୍ୟବହାର କରି ବିଶ୍ୱବାସୀଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି । ୧୬୦ ଫୁଟ୍ ଲମ୍ବ […]

ପୁରୀ : ବୁଧବାର ବଡଦିନ। ଏହାର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବିଶାଳ ସାନ୍ତା କ୍ଲଜ। ବାଲି ଓ ଚକୋଲେଟରେ ବିଶ୍ୱର ସବୁଠୁ ବଡ଼ ସାନ୍ତା କ୍ଲଜ ପ୍ରସ୍ତୁତି କରି ସୁଦର୍ଶନ ପୁଣି ଏକ ବିଶ୍ୱରେକର୍ଡ କରିଛନ୍ତି। ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ସେ ୫୫୦ କିଲୋ କ୍ୟାଣ୍ଡି ଚକୋଲେଟ୍ ବ୍ୟବହାର କରି ବିଶ୍ୱବାସୀଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି ।
୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ଏହି ବିରାଟ ସାନ୍ତା କ୍ଲଜ ୧୬ ହଜାର ବର୍ଗଫୁଟ ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏହାକୁ ନିଜ ଛାତ୍ରଛାତ୍ରୀଙ୍କ ସହ ମିଶି ସୁଦର୍ଶନ ୬ ଘଣ୍ଟାରେ ଶେଷ କରିଛନ୍ତି। ସୁଦର୍ଶନ କହିଛନ୍ତି, ପ୍ରତିବର୍ଷ ଖ୍ରୀଷ୍ଟମାସ ସମୟରେ କିଛି ଅଲଗା ବାଲୁକା କଳା କରିବା ଲାଗି ଚେଷ୍ଟା କରୁଛୁ। ଏ ବର୍ଷ ଆମେ ଶୁଭ ଖ୍ରୀଷ୍ଟମାସ ବାର୍ତ୍ତା ସହିତ ଚକୋଟେ୍ ସାନ୍ତା ତିଆରି କରିବାକୁ ସ୍ଥିର କରିଥିଲୁ। ଏହାକୁ ୱାର୍ଲ୍ଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆର ମୁଖ୍ୟ ସମ୍ପାଦକ ସୁଷମା ନାଭେକର ବିଶ୍ୱ ରେକର୍ଡ ଭାବେ ଘୋଷଣା କରିଛନ୍ତି।