ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୫ରେ ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟକିପର୍‌ ଋଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦଳ ଏଯାବତ ୫ ମ୍ୟାଚ୍‌ ଖେଳିଥିବା ବେଳେ ୩ରେ ବିଜେତା ହୋଇଛି। ମଇଦାନରେ ନିଜର ସ୍ବଭାବକୁ ନେଇ ଖେଳାଳିଙ୍କୁ ହସାଉଥିବା ପନ୍ତ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିନର୍‌(ରାତ୍ରଭୋଜନ)ରେ ଡାକିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସାକ୍ଷାତକାରରେ ପନ୍ତଙ୍କୁ ପଚରାଯାଇଥିଲା ଯେ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ କେଉଁ ତିନିଜଣ ଲୋକଙ୍କୁ ଡାକିବେ। […] The post ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ… appeared first on Dharitri Odia News.

ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୫ରେ ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟକିପର୍‌ ଋଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦଳ ଏଯାବତ ୫ ମ୍ୟାଚ୍‌ ଖେଳିଥିବା ବେଳେ ୩ରେ ବିଜେତା ହୋଇଛି। ମଇଦାନରେ ନିଜର ସ୍ବଭାବକୁ ନେଇ ଖେଳାଳିଙ୍କୁ ହସାଉଥିବା ପନ୍ତ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିନର୍‌(ରାତ୍ରଭୋଜନ)ରେ ଡାକିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ସାକ୍ଷାତକାରରେ ପନ୍ତଙ୍କୁ ପଚରାଯାଇଥିଲା ଯେ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ କେଉଁ ତିନିଜଣ ଲୋକଙ୍କୁ ଡାକିବେ। ଏହାର ଜବାବରେ ପନ୍ତ ପ୍ରଥମେ ଟେନିସ ତାରକା ରୋଜର ଫେଡରରଙ୍କ ନାମ ନେଇଥିଲେ। ଦ୍ୱିତୀୟରେ ସେ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ନାମ ନେଇଥିଲେ। ପରେ ସେ ତୃତୀୟ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେଇଥିଲେ।

ଗତ ବର୍ଷ ଟି୨୦ ବିଶ୍ୱକପ୍‌ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ନିଜ ଆବାସକୁ ଆମନ୍ତ୍ରଣ କରିଥିଲେ। ଏହି ସମୟରେ ପନ୍ତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାରଣ ଯେତେବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା ସେତେବେଳେ ମୋଦି ପନ୍ତଙ୍କ ମା’ଙ୍କୁ ଫୋନ କରି ହାଲଚାଲ ବୁଝିଥିଲେ।

The post ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ… appeared first on Dharitri Odia News.