ପନ୍ତ-ଦୁବେଙ୍କ କମାଲ ପରେ ଗର୍ଜିଲା ପାଣ୍ଡ୍ୟାଙ୍କ ବ୍ୟାଟ୍, ବାଂଲାଦେଶକୁ ଭାରତର ବିଶାଳ ବିଜୟ ଲକ୍ଷ୍ୟ
ଆଣ୍ଟିଗୁଆ: ଟି-୨୦ ବିଶ୍ଵକପ୍ର ସୁପର-୮ରେ ନିଜର ଦ୍ଵିତୀୟ ମୁକାବିଲାରେ ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୬ ରନର ବିଶାଳ ସ୍କୋର କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଅପରଜିତ ୫୦ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ଏହି ସ୍କୋରରେ ପହଞ୍ଚାଇଛନ୍ତି। ଋଷଭ ପନ୍ତ ୩୬ ରନ, ବିରାଟ କୋହଲି ୩୭ ଓ ଶିବମ ଦୁବେ ୩୬ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍ ଜିତି ବିଶ୍ଵକପ୍ରେ ତିଷ୍ଠିବା ପାଇଁ ବାଂଲାଦେଶ ସମ୍ମୁଖରେ ୧୯୭ ରନର ଲକ୍ଷ୍ୟ ରହିଛି। ବୋଲିଂରେ ବାଂଲାଦେଶ ପକ୍ଷରୁ ତଞ୍ଜିମ ହସନ ସାକିବ ଓ ରିଶଦ ହୁସେନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। Also read: ଫ୍ୟାନ୍ସଙ୍କ ବଢିଲା ଟେନସନ୍, ଭାରତ-ଅଷ୍ଟେଲିଆ ମ୍ୟାଚରେ ଅନଲକି ଅମ୍ପାୟର୍ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ ବିରାଟ କୋହଲି। ଉଭୟ ୩.୪ ଓଭରରେ ୩୯ ରନ ଯୋଡ଼ିଥିଲେ। ବିସ୍ଫୋରକ ବ୍ୟାଟିଂ କରୁଥିବା ରୋହିତ ବଡ ସଟ୍ ଖେଳିବାକୁ ଯାଇ ୧୧ ବଲ୍ରୁ ୨୩ ରନ କରି ଆଉଟ୍ ହୋଇଥିଲେ। ଏହାପରେ ବିରାଟ ଓ ଋଷଭ ପନ୍ତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୨ ରନ ଯୋଡ଼ିଥିଲେ। କୋହଲି ଆଜି ଫର୍ମକୁ ଫେରିବାର ସୂଚନା ଦେଇଥିଲେ। ସେ ୩୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।ଫର୍ମରେ ଥିବା ସୂର୍ଯ୍ୟ ନିଜ ଇନିଂସରେ ପ୍ରଥମ ବଲରେ ଛକା
ଆଣ୍ଟିଗୁଆ: ଟି-୨୦ ବିଶ୍ଵକପ୍ର ସୁପର-୮ରେ ନିଜର ଦ୍ଵିତୀୟ ମୁକାବିଲାରେ ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୬ ରନର ବିଶାଳ ସ୍କୋର କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଅପରଜିତ ୫୦ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ଏହି ସ୍କୋରରେ ପହଞ୍ଚାଇଛନ୍ତି। ଋଷଭ ପନ୍ତ ୩୬ ରନ, ବିରାଟ କୋହଲି ୩୭ ଓ ଶିବମ ଦୁବେ ୩୬ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍ ଜିତି ବିଶ୍ଵକପ୍ରେ ତିଷ୍ଠିବା ପାଇଁ ବାଂଲାଦେଶ ସମ୍ମୁଖରେ ୧୯୭ ରନର ଲକ୍ଷ୍ୟ ରହିଛି। ବୋଲିଂରେ ବାଂଲାଦେଶ ପକ୍ଷରୁ ତଞ୍ଜିମ ହସନ ସାକିବ ଓ ରିଶଦ ହୁସେନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
Also read: ଫ୍ୟାନ୍ସଙ୍କ ବଢିଲା ଟେନସନ୍, ଭାରତ-ଅଷ୍ଟେଲିଆ ମ୍ୟାଚରେ ଅନଲକି ଅମ୍ପାୟର୍
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ ବିରାଟ କୋହଲି। ଉଭୟ ୩.୪ ଓଭରରେ ୩୯ ରନ ଯୋଡ଼ିଥିଲେ। ବିସ୍ଫୋରକ ବ୍ୟାଟିଂ କରୁଥିବା ରୋହିତ ବଡ ସଟ୍ ଖେଳିବାକୁ ଯାଇ ୧୧ ବଲ୍ରୁ ୨୩ ରନ କରି ଆଉଟ୍ ହୋଇଥିଲେ। ଏହାପରେ ବିରାଟ ଓ ଋଷଭ ପନ୍ତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୨ ରନ ଯୋଡ଼ିଥିଲେ। କୋହଲି ଆଜି ଫର୍ମକୁ ଫେରିବାର ସୂଚନା ଦେଇଥିଲେ। ସେ ୩୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।ଫର୍ମରେ ଥିବା ସୂର୍ଯ୍ୟ ନିଜ ଇନିଂସରେ ପ୍ରଥମ ବଲରେ ଛକା ମାରିବା ପରେ ଦ୍ଵିତୀୟ ବଲ୍ରେ ଆଉଟ୍ ହୋଇଥିଲେ।
ଭାରତ ୧୨ ଓଭରରେ ୧୦୦ ପୂରା କରିଥିଲା।ପନ୍ତ ୨୪ ବଲ୍ରୁ ୪ ଚୌକା ଓ ୨ ଛକା ସହ ୩୬ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର କ୍ରିଜରେ ସେଟ୍ ହେବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଦୁବେ ୨୪ ବଲ୍ରୁ ୩ ଛକା ସହ ୩୪ ରନ କରିଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ ୨୭ ବଲ୍ରୁ ୫୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ପାଣ୍ଡ୍ୟାଙ୍କ ଏହି ଇନିଂସ ବଳରେ ଭାରତ ୫ ଓ୍ଵିକେଟ୍ ହରାଇ ୧୯୬ ରନର ବିଶାଳ ସ୍କୋର କରି ପାରିଛି।