ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ ଓହ୍ଲାଇ ନାହାନ୍ତି। ଫେବୃଆରୀ ୨୦୨୪ରେ ସେ ନିଜର ସର୍ଜରୀ କରାଇଥିବା ବେଳେ ପୁଣି ଥରେ ତାଙ୍କୁ ବୋଲିଂ କରୁଥିବା ଦେଖାଯାଇଛି। ଏସବୁ ମଧ୍ୟରେ ସେ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟ ଜିତିଛି। ଆଘାତରୁ ସୁସ୍ଥ ହେବା ସମୟରେ ପନ୍ତଙ୍କଠାରୁ ସେ ପ୍ରେରଣା ନେଇଥିଲେ, ଏହା […] The post ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ  appeared first on Dharitri Odia News.

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 
ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ ଓହ୍ଲାଇ ନାହାନ୍ତି। ଫେବୃଆରୀ ୨୦୨୪ରେ ସେ ନିଜର ସର୍ଜରୀ କରାଇଥିବା ବେଳେ ପୁଣି ଥରେ ତାଙ୍କୁ ବୋଲିଂ କରୁଥିବା ଦେଖାଯାଇଛି। ଏସବୁ ମଧ୍ୟରେ ସେ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟ ଜିତିଛି। ଆଘାତରୁ ସୁସ୍ଥ ହେବା ସମୟରେ ପନ୍ତଙ୍କଠାରୁ ସେ ପ୍ରେରଣା ନେଇଥିଲେ, ଏହା ତାଙ୍କୁ ବେଶ ସହାୟକ ହୋଇଥିଲା।
୨୦୨୨ରେ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ସର୍ଜରୀ ପରେ ସୁସ୍ଥ ହେବାକୁ ତାଙ୍କୁ ବହୁତ ସମୟ ଲାଗିଥିଲା। ଏଣୁ ସେ ଦୀର୍ଘଦିନ ଧରି କ୍ରିକେଟରୁ ଦୂରରେ ରହିଥିଲେ। ଏନ୍‌ସିଏରେ ସେ ସୁସ୍ଥ ହେବାକୁ ଥିବା ବେଳେ ଶାମି ତାଙ୍କ ସହ ବହୁତ ସମୟ ବିତାଇଥିଲେ। ସେତେବେଳେ ତାଙ୍କଠାରୁ ବହୁତ କିଛି ଶାମିଙ୍କୁ ଶିଖିବାକୁ ମିଳିଥିଲା, ଯାହାକି ଏବେ କାମରେ ଆସିଛି।
ଏକ କାର୍ଯ୍ୟକ୍ରମରେ ଶାମି ପନ୍ତଙ୍କୁ ନେଇ କହିଛନ୍ତି, ମୁଁ ଏନ୍‌ସିଏରେ ପନ୍ତଙ୍କ ସହ ଆଘାତ ହେବା ସମୟରେ ଥିଲି। ସେ ରିହାବ କରୁଥିଲେ। ତାଙ୍କର କିଛି ଫଟୋ ଦେଖିଥିଲି, ଯାହାକି ବେଶ ଭୟାନକ ଥିଲା। ହେଲେ ତାଙ୍କୁ କେବେ ଦୁଃଖିତ ହେବା ଦେଖି ନ ଥିଲି। ଏହା ମୋତେ ବହୁତ ପ୍ରେରଣା ଦେଇଛି। ତାଙ୍କର ସମସ୍ତ ଲିଗାମେଣ୍ଟ ଭାଙ୍ଗି ଯାଇଥିଲା। ହେଲେ ସେ ହସ ହସ ମୁହଁରେ ରିହାବ କରୁଥିଲେ। ଏହା ମୋ ପାଇଁ ବଡ଼ ଶିକ୍ଷା ଥିଲା। ତାଙ୍କର ସକରାତ୍ମକ ରହିବା ମୋତେ ଧୌର୍ଯ୍ୟର ଆବଶ୍ୟକତା ଶିଖାଇଥିଲା ବୋଲି ସେ କହିଛନ୍ତି।

The post ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ  appeared first on Dharitri Odia News.