ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୁକ୍ତ ନିଖିଲଙ୍କ ଆବେଦନକୁ ଖାରଜ୍ କଲେ ଚେକ୍ ରିପବ୍ଲିକ୍ କୋର୍ଟ
ପାରାଗୁଏ: ଖଲିସ୍ତାନ ଅତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ମାମଲାରେ ଆମେରିକା ଅଭିଯୁକ୍ତ ବନାଇଥିବା ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକ୍ କୋର୍ଟରୁ ଶକ୍ତ ଝଟ୍କା ଲାଗିଛି। ପନ୍ନୁ ହତ୍ୟା ମାମଲାରେ ନିଖିଲଙ୍କ ପ୍ରତ୍ୟର୍ପଣ ନେଇ ଆମେରିକା ଦାବିକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ନିଖିଲ୍। ହେଲେ କୋର୍ଟ ତାଙ୍କ ଆବେଦନ ଖାରଜ୍ କରିଦେଇଛନ୍ତି। ଆମେରିକାର ଅଭିଯୋଗ ଅନୁସାରେ, ନିଖିଲ ପନ୍ନୁକୁ ହତ୍ୟା କରିବାକୁ ସୁପାରି କିଲର ଠିକ୍ କରିଥିଲେ। ଆମେରିକାର ଅନୁରୋଧରେ ଚିକ୍ ରିପବ୍ଲିକ୍ରେ ତାଙ୍କୁ ୨୦୨୩ ଜୁନ ୩୦ ଗିରଫ କରଯାଇଥିଲା। ଏହି ଅଭିଯୋଗରେ ଆମେରିକା ନିଖିଲଙ୍କୁ ସ୍ୱଦେଶରେ ଆଣି ଆଇନଗତ ଲଢ଼େଇ ଲଢ଼ାଇବାକୁ ଚାହୁଁଛି। ଏଥିପାଇଁ ପ୍ରତ୍ୟର୍ପଣ ପାଇଁ ଚେକ୍ ରିପବ୍ଲିକ୍କୁ ଆବେଦନ କରିଛି। ଏହାରି ବିରୋଧରେ ନିଖିଲ କୋର୍ଟରେ ଆବେଦନ କରିଥିଲେ। ବୁଧବାର ଚେକ୍ ରିପବ୍ଲିକ କୋର୍ଟ ଏହାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ ମାମଲାର ଯାଞ୍ଚ କରିବା ପରେ ପ୍ରତ୍ୟର୍ପଣକୁ ଅନୁମୋଦନ କରିବାରେ କୌଣସି ମୌଳିକ ଅଧିକାର ଉଲ୍ଲଂଘନ ହେଉଥିବା ସାମ୍ବିଧାନିକ କୋର୍ଟ ହୃଦ୍ବୋଧ କରିପାରୁ ନାହାନ୍ତି। ତେବେ ପ୍ରତ୍ୟର୍ପଣ ରୋକିବାରେ ନିମ୍ନ ଅଦାଲତ ଉଚିତ ଶୁଣାଣି କରିଛନ୍ତି ବୋଲି କୋର୍ଟ କହିଛନ୍ତି। ମାମଲା ରାଜନୈତିକ ଆଙ୍ଗଲକୁ ଥିବା ନେଇ ହୋଇଥିବା ଅଭିଯୋଗକୁ ବି ଖଣ୍ଡନ କରିଛନ୍ତି କୋର୍ଟ। ତେଣୁ ଅଭିଯୋଗ କର୍ତ୍ତାଙ୍କର ଅଭିଯୋଗର କୌଣସ
ପାରାଗୁଏ: ଖଲିସ୍ତାନ ଅତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ମାମଲାରେ ଆମେରିକା ଅଭିଯୁକ୍ତ ବନାଇଥିବା ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକ୍ କୋର୍ଟରୁ ଶକ୍ତ ଝଟ୍କା ଲାଗିଛି। ପନ୍ନୁ ହତ୍ୟା ମାମଲାରେ ନିଖିଲଙ୍କ ପ୍ରତ୍ୟର୍ପଣ ନେଇ ଆମେରିକା ଦାବିକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ନିଖିଲ୍। ହେଲେ କୋର୍ଟ ତାଙ୍କ ଆବେଦନ ଖାରଜ୍ କରିଦେଇଛନ୍ତି।
ଆମେରିକାର ଅଭିଯୋଗ ଅନୁସାରେ, ନିଖିଲ ପନ୍ନୁକୁ ହତ୍ୟା କରିବାକୁ ସୁପାରି କିଲର ଠିକ୍ କରିଥିଲେ। ଆମେରିକାର ଅନୁରୋଧରେ ଚିକ୍ ରିପବ୍ଲିକ୍ରେ ତାଙ୍କୁ ୨୦୨୩ ଜୁନ ୩୦ ଗିରଫ କରଯାଇଥିଲା। ଏହି ଅଭିଯୋଗରେ ଆମେରିକା ନିଖିଲଙ୍କୁ ସ୍ୱଦେଶରେ ଆଣି ଆଇନଗତ ଲଢ଼େଇ ଲଢ଼ାଇବାକୁ ଚାହୁଁଛି। ଏଥିପାଇଁ ପ୍ରତ୍ୟର୍ପଣ ପାଇଁ ଚେକ୍ ରିପବ୍ଲିକ୍କୁ ଆବେଦନ କରିଛି। ଏହାରି ବିରୋଧରେ ନିଖିଲ କୋର୍ଟରେ ଆବେଦନ କରିଥିଲେ।
ବୁଧବାର ଚେକ୍ ରିପବ୍ଲିକ କୋର୍ଟ ଏହାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ ମାମଲାର ଯାଞ୍ଚ କରିବା ପରେ ପ୍ରତ୍ୟର୍ପଣକୁ ଅନୁମୋଦନ କରିବାରେ କୌଣସି ମୌଳିକ ଅଧିକାର ଉଲ୍ଲଂଘନ ହେଉଥିବା ସାମ୍ବିଧାନିକ କୋର୍ଟ ହୃଦ୍ବୋଧ କରିପାରୁ ନାହାନ୍ତି। ତେବେ ପ୍ରତ୍ୟର୍ପଣ ରୋକିବାରେ ନିମ୍ନ ଅଦାଲତ ଉଚିତ ଶୁଣାଣି କରିଛନ୍ତି ବୋଲି କୋର୍ଟ କହିଛନ୍ତି।
ମାମଲା ରାଜନୈତିକ ଆଙ୍ଗଲକୁ ଥିବା ନେଇ ହୋଇଥିବା ଅଭିଯୋଗକୁ ବି ଖଣ୍ଡନ କରିଛନ୍ତି କୋର୍ଟ। ତେଣୁ ଅଭିଯୋଗ କର୍ତ୍ତାଙ୍କର ଅଭିଯୋଗର କୌଣସି ଅର୍ଥ ରହୁ ନାହିଁ। ତେଣୁ ପ୍ରତ୍ୟର୍ପଣ ନେଇ ମ୍ୟୁନିସିପାଲ କୋର୍ଟ ଓ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖାଯାଉଛି ବୋଲି ସାମ୍ବିଧାନି କୋର୍ଟ କହିଛନ୍ତି। ସୂଚନା ଥାଉକି ଜାନୁଆରି ମାସର ଚେକ୍ ରିପବ୍ଲିକ୍ କୋର୍ଟ ଗୁପ୍ତାଙ୍କ ପ୍ରତ୍ୟର୍ପଣକୁ ଅନୁମତି ଦେଇଥିଲେ।