ପପୁଆ ନ୍ୟୁ ଗିନି ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି

ଶୁକ୍ରବାର ପପୁଆ ନ୍ୟୁ ଗିନିରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି ପାଇଛି।

ପପୁଆ ନ୍ୟୁ ଗିନି ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି

ପପୁଆ ନ୍ୟୁ ଗିନିରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି ପାଇଛି। ଯେଉଁଠି ଖୋଜିଲେ ଶବ ଉଦ୍ଧାର ହେଉଛି। ମାଟି ତଳୁ ଶହ ଶହ ମୃତେଦ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଟିମ୍।

ଅନ୍ତର୍ଜାତୀୟ ସଂଗଠନର ରିପୋର୍ଟ ଅନୁସାରେ, ଶୁକ୍ରବାର ପପୁଆ ନ୍ୟୁ ଗିନିରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୬୭୦ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି। ଏହି ଭୂସ୍ଖଳନରେ ୧୫୦ରୁ ଅଧିକ ଘର ମାଟି ତଳେ ପୋତି ହୋଇଯାଇଛି। ଏବେ ବି ଲୋକଙ୍କୁ ଖୋଜା ଚାଲିଛି। 

ସୂଚନା ଅନୁସାରେ, ଶୁକ୍ରବାର ପପୁଆ ନ୍ୟୁ ଗିନିର ରାଜଧାନୀ ପୋର୍ଟ ମୋରସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏଙ୍ଗା ପ୍ରଦେଶର କାଓକଲାମ ଗ୍ରାମରେ ଏହି ଭୂସ୍ଖଳନ ହୋଇଥିଲା। ହଠାତ୍ ଭୁସ୍ଖଳନ ହେବାକୁ ଶହ ଶହ ଲୋକ ମାଟି ତଳେ ଚାପି ହୋଇ ଯାଇଥିଲେ। 

ଭୂସ୍ଖଳନ ପରେ ଏକାଧିକ ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେଉଛି। ଲୋକମାନେ ପଥର ତଳୁ ଏବଂ ଅଳିଆଗଦାରୁ ଶବ ବାହାର କରୁଥିବା ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି।