ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି
ପୁରୀ ୨୨।୦୫ : ବୁଧବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ସେବାୟତମାନେ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରିବେ। ସନ୍ଧ୍ୟାଧୂପ ସରିବା ପରେ ପ୍ରଭୁ ନୃସିଂହ ଦେବ ରତ୍ନସିଂହାସନରେ ବିଜେ କରିବେ। ଏହାପରେ ଶ୍ରୀନୃସିଂହଙ୍କ ମନ୍ଦିରରେ ପତିମହାପାତ୍ରଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେବ। ସେହିପରି ମୁକ୍ତିମଣ୍ଡପ ଉପରେ ମଧ୍ୟ ଠାକୁର ବିଜେ ହୋଇଥିବେ। ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯିବା ପରେ ଶ୍ରୀନୃସିଂହ ଠାକୁର ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ। ଏହି ଅବସରରେ ଜଗନ୍ନାଥ ବଲ୍ଲଭ ଠାରେ ବିଶେଷ ନୀତି ଅନୁଷ୍ଠିତ ହେବ। ଏପଟେ ଆଜି ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥଖଳାରେ ଏହି ନୀତିକୁ ବିଧି ପରମ୍ପରା ଅନୁସାରେ ପାଳନ କରାଯାଇଥାଏ। ଆଜିର ତିଥିରେ ରୂପକାରଙ୍କ ଦ୍ଵାରା ତିନିରଥର କୋଣଗୁଜ ଅନୁକୂଳ କରାଯିବାର ବିଧି ଓ ପରମ୍ପରା ରହିଛି। ସେଥିପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ।ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରା କାଠ ଦେବା ପରେ ରୂପକାର ମାନେ ଏଥିରେ ଗୁଜ ଅନୁକୂଳ କରିବା ସହ କୋଣ ଗୁଜରେ ସିଂହ ବିରାଳ ଖୋଦେଇ କରିବେ। ସେହିପରି ଭୋଇ ସେବକମାନେ ଆଜି ରଥଖଳାରେ ଯନ୍ତାଗାଢ ଖୋଳା ଆରମ୍ଭ କରିଛନ୍ତି। ଯନ୍ତା
ପୁରୀ ୨୨।୦୫ : ବୁଧବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ସେବାୟତମାନେ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରିବେ। ସନ୍ଧ୍ୟାଧୂପ ସରିବା ପରେ ପ୍ରଭୁ ନୃସିଂହ ଦେବ ରତ୍ନସିଂହାସନରେ ବିଜେ କରିବେ। ଏହାପରେ ଶ୍ରୀନୃସିଂହଙ୍କ ମନ୍ଦିରରେ ପତିମହାପାତ୍ରଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେବ।
ସେହିପରି ମୁକ୍ତିମଣ୍ଡପ ଉପରେ ମଧ୍ୟ ଠାକୁର ବିଜେ ହୋଇଥିବେ। ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯିବା ପରେ ଶ୍ରୀନୃସିଂହ ଠାକୁର ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ। ଏହି ଅବସରରେ ଜଗନ୍ନାଥ ବଲ୍ଲଭ ଠାରେ ବିଶେଷ ନୀତି ଅନୁଷ୍ଠିତ ହେବ। ଏପଟେ ଆଜି ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥଖଳାରେ ଏହି ନୀତିକୁ ବିଧି ପରମ୍ପରା ଅନୁସାରେ ପାଳନ କରାଯାଇଥାଏ। ଆଜିର ତିଥିରେ ରୂପକାରଙ୍କ ଦ୍ଵାରା ତିନିରଥର କୋଣଗୁଜ ଅନୁକୂଳ କରାଯିବାର ବିଧି ଓ ପରମ୍ପରା ରହିଛି। ସେଥିପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ।
ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରା କାଠ ଦେବା ପରେ ରୂପକାର ମାନେ ଏଥିରେ ଗୁଜ ଅନୁକୂଳ କରିବା ସହ କୋଣ ଗୁଜରେ ସିଂହ ବିରାଳ ଖୋଦେଇ କରିବେ। ସେହିପରି ଭୋଇ ସେବକମାନେ ଆଜି ରଥଖଳାରେ ଯନ୍ତାଗାଢ ଖୋଳା ଆରମ୍ଭ କରିଛନ୍ତି। ଯନ୍ତାଗାଡରେ ଭୋଇ ସେବକ ମାନେ ତୁମ୍ବରେ ହୋଇଥିବା ବିନ୍ଧରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ କରିବେ।