ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି କାନ୍ତି
ପୁରୀ ୧୪।୦୧ : ମଙ୍ଗଳବାର ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି କାନ୍ତି ପାଳିତ ହେଉଛି। ଶ୍ରୀଜୀଉ ମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢ଼ା କରାଯାଇ ମକର ଚାଉଳ ଭୋଗ କରାଯିବ। ମକର ସଂକ୍ରାନ୍ତି ଅବସରରେ ମକର ଚଉରାଶି ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜୀଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି। କୁମ୍ଭକାର ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ମକର ତାଡ଼କୁ ଅଲାମ ଚଣ୍ଡି ମନ୍ଦିରରୁ ଶ୍ରୀମନ୍ଦିରକୁ ଏକ ବିରାଟ ଶୋଭାଯାତ୍ରାରେ ସୋମବାର ରାତିରେ ନିଆଯାଇଥିଲା। ଏହି ମାଟିତାଡ଼ ସାହାଯ୍ୟରେ ମହାପ୍ରଭୁଙ୍କ ପାଖରେ ଏହା ଭୋଗ କରାଯିବା ପରେ ଭକ୍ତଙ୍କୁ ବାଣ୍ଟି ଦିଆଯାଏ।ସେପଟେ ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ, ଆଗାମୀ ୪ଦିନ ଯାଏ ପାଗରେ ହେବନି ପରିବର୍ତ୍ତନ
ପୁରୀ ୧୪।୦୧ : ମଙ୍ଗଳବାର ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି କାନ୍ତି ପାଳିତ ହେଉଛି। ଶ୍ରୀଜୀଉ ମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢ଼ା କରାଯାଇ ମକର ଚାଉଳ ଭୋଗ କରାଯିବ।

ମକର ସଂକ୍ରାନ୍ତି ଅବସରରେ ମକର ଚଉରାଶି ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜୀଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି। କୁମ୍ଭକାର ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ମକର ତାଡ଼କୁ ଅଲାମ ଚଣ୍ଡି ମନ୍ଦିରରୁ ଶ୍ରୀମନ୍ଦିରକୁ ଏକ ବିରାଟ ଶୋଭାଯାତ୍ରାରେ ସୋମବାର ରାତିରେ ନିଆଯାଇଥିଲା। ଏହି ମାଟିତାଡ଼ ସାହାଯ୍ୟରେ ମହାପ୍ରଭୁଙ୍କ ପାଖରେ ଏହା ଭୋଗ କରାଯିବା ପରେ ଭକ୍ତଙ୍କୁ ବାଣ୍ଟି ଦିଆଯାଏ।
ସେପଟେ ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି ।
ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ, ଆଗାମୀ ୪ଦିନ ଯାଏ ପାଗରେ ହେବନି ପରିବର୍ତ୍ତନ