ପରକୀୟା ପ୍ରୀତି ସନ୍ଦେହ, ଶ୍ୱଶୁର ଘରେ ସ୍ତ୍ରୀର ବେକ କାଟି ସ୍ୱାମୀ ଫେରାର

ଉଦଳା ୧୨।୯: ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ଶ୍ୱଶୁର ଘରେ ସ୍ତ୍ରୀର ବେକକୁ ଏକ ଧାରୁଆ ଛୁରୀରେ କାଟି ଫେରାର ହୋଇଗଲା ସ୍ୱାମୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଭଙ୍ଗାବନ୍ଧ ଗ୍ରାମରେ । ସୂଚନାଯୋଗ୍ୟ ଯେ, କପ୍ତିପଦା ଥାନା କଷିବିଲ ଗ୍ରାମର ବିରଂଚି ନାଏକ ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ ନାଏକଙ୍କ ବିବାହ ୪ ବର୍ଷ ହୋଇଥିବା ବେଳେ ଝଗଡା କାରଣରୁ ଦୁଇ ମାସ ହେବ ସ୍ତ୍ରୀ ନିଜ ବାପଘର ଭଙ୍ଗାବନ୍ଧ ଗ୍ରାମରେ ରହି ଆସୁଥିଲେ । ସ୍ୱାମୀ ବିରଂଚି ନାଏକ ଶ୍ୱଶୁର ଘର ଭଙ୍ଗାବନ୍ଧ ଗ୍ରାମକୁ ଯାଇଥିବା ବେଳେ ସ୍ତ୍ରୀ ସହିତ ଘର ଭିତରେ ବସି କଥା ହେଉଥିଲେ । ହେଲେ ଦୁଇ ମାସ ହେବ ଶ୍ୱଶୁର ଘରକୁ ନଯାଇ ବାପଘରେ ସ୍ତ୍ରୀ ରହିଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକି ରଙ୍ଗ ନମ୍ବରରେ ସ୍ତ୍ରୀ କଥା ହୋଇ ପରକୀୟା ପ୍ରୀତିରେ ଥିବା ସନ୍ଦେହ କରି ସ୍ୱାମୀ ବିରଂଚି ଏକ ଧାରୁଆ ଛୁରୀରେ ସ୍ତ୍ରୀର ଗଳା କାଟିଥିଲେ । ଗୁରୁତର ଅବସ୍ଥାରେ ପାର୍ବତୀ ଘରେ ପଡି ରହିଥିବା ବେଳେ ବିରଂଚି ଘଟଣା ଘଟାଇବା ପରେ ସେଠାରୁ ଫେରାର ହୋଇଯାଇଛି । ପାର୍ବତୀଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆର

ପରକୀୟା ପ୍ରୀତି ସନ୍ଦେହ, ଶ୍ୱଶୁର ଘରେ ସ୍ତ୍ରୀର ବେକ କାଟି ସ୍ୱାମୀ ଫେରାର

ଉଦଳା ୧୨।୯: ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ଶ୍ୱଶୁର ଘରେ ସ୍ତ୍ରୀର ବେକକୁ ଏକ ଧାରୁଆ ଛୁରୀରେ କାଟି ଫେରାର ହୋଇଗଲା ସ୍ୱାମୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଭଙ୍ଗାବନ୍ଧ ଗ୍ରାମରେ । 

ସୂଚନାଯୋଗ୍ୟ ଯେ, କପ୍ତିପଦା ଥାନା କଷିବିଲ ଗ୍ରାମର ବିରଂଚି ନାଏକ ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ ନାଏକଙ୍କ ବିବାହ ୪ ବର୍ଷ ହୋଇଥିବା ବେଳେ ଝଗଡା କାରଣରୁ ଦୁଇ ମାସ ହେବ ସ୍ତ୍ରୀ ନିଜ ବାପଘର ଭଙ୍ଗାବନ୍ଧ ଗ୍ରାମରେ ରହି ଆସୁଥିଲେ । ସ୍ୱାମୀ ବିରଂଚି ନାଏକ ଶ୍ୱଶୁର ଘର ଭଙ୍ଗାବନ୍ଧ ଗ୍ରାମକୁ ଯାଇଥିବା ବେଳେ ସ୍ତ୍ରୀ ସହିତ ଘର ଭିତରେ ବସି କଥା ହେଉଥିଲେ । ହେଲେ ଦୁଇ ମାସ ହେବ ଶ୍ୱଶୁର ଘରକୁ ନଯାଇ ବାପଘରେ ସ୍ତ୍ରୀ ରହିଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକି ରଙ୍ଗ ନମ୍ବରରେ ସ୍ତ୍ରୀ କଥା ହୋଇ ପରକୀୟା ପ୍ରୀତିରେ ଥିବା ସନ୍ଦେହ କରି ସ୍ୱାମୀ ବିରଂଚି ଏକ ଧାରୁଆ ଛୁରୀରେ ସ୍ତ୍ରୀର ଗଳା କାଟିଥିଲେ । ଗୁରୁତର ଅବସ୍ଥାରେ ପାର୍ବତୀ ଘରେ ପଡି ରହିଥିବା ବେଳେ ବିରଂଚି ଘଟଣା ଘଟାଇବା ପରେ ସେଠାରୁ ଫେରାର ହୋଇଯାଇଛି । ପାର୍ବତୀଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ କେବଳ ପରକୀୟା ପ୍ରୀତିକୁ ନେଇ ଏଭଳି କାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି ।

You Can Read:

ଅକ୍ଟୋବର ୨୭ରେ OAS ପ୍ରିଲିମିନାରୀ ପରୀକ୍ଷା, ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି