ପରକୀୟା ପ୍ରୀତିରୁ ଅଘଟଣ: ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା, ପୁରୁଷ ଗୁରୁତର
ବାରିପଦା/ଉଦଳା,୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖିଚିଂସ୍ଥିତ ପଣସି ଅଞ୍ଚଳରେ ଶନିବାର ପରକୀୟା ପ୍ରୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଦେହରେ ପେଟ୍ରୋଲ ଢାଳି ମହିଳା ଓ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଅଞ୍ଚଳର ଭାରତୀ ପାତ୍ର ଓ ଗୁରୁତର ପୁରୁଷ ଜଣକ ହେଲେ ରାଇରଙ୍ଗପୁର ଥାନା ଛନପାଳ ଗ୍ରାମର ହରିଶଙ୍କର ଆଚାର୍ଯ୍ୟ। ଗୁରୁତରଙ୍କୁ ଖିଚିଂ ଡାକ୍ତରଖାନା ଓ ପରେ କେନ୍ଦୁଝର […] The post ପରକୀୟା ପ୍ରୀତିରୁ ଅଘଟଣ: ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା, ପୁରୁଷ ଗୁରୁତର appeared first on Dharitri Odia News.
ବାରିପଦା/ଉଦଳା,୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖିଚିଂସ୍ଥିତ ପଣସି ଅଞ୍ଚଳରେ ଶନିବାର ପରକୀୟା ପ୍ରୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଦେହରେ ପେଟ୍ରୋଲ ଢାଳି ମହିଳା ଓ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଅଞ୍ଚଳର ଭାରତୀ ପାତ୍ର ଓ ଗୁରୁତର ପୁରୁଷ ଜଣକ ହେଲେ ରାଇରଙ୍ଗପୁର ଥାନା ଛନପାଳ ଗ୍ରାମର ହରିଶଙ୍କର ଆଚାର୍ଯ୍ୟ। ଗୁରୁତରଙ୍କୁ ଖିଚିଂ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଆତ୍ମାହୁତି ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ହରିଶଙ୍କର ଶ୍ବଶୁର ଘର ଖିଚିଂକୁ ଆସିଥିବା ବେଳେ ଦୁହେଁ ସକାଳ ୧୦ଟା ପାଖାପାଖି ସମୟରେ ଖିଚିଂ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆ ସଂଲଗ୍ନ ପଣସି ଗ୍ରାମ ବିଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭାରତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହରିଶଙ୍କରଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେବେ ଜନୈକ ପୁରୁଷ ଓ ମହିଳା ବିବାହିତ ହୋଇଥିବା ବେଳେ ଏହା ପରକୀୟା ପ୍ରୀତିକୁ ନେଇ ଏଭଳି କାଣ୍ଡ ଘଟିଛି ବୋଲି ସାଧାରଣରେ ଆଲୋଚନା ଜୋର୍ ଧରିଛି। ଖବରପାଇ ରରୁଆଁ ଥାନାଧିକାରୀ ଓ କରଞ୍ଜିଆ ଏସ୍ଡିପିଓ ନବ ଚରଣ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ପରକୀୟା ପ୍ରୀତିରୁ ଅଘଟଣ: ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା, ପୁରୁଷ ଗୁରୁତର appeared first on Dharitri Odia News.