ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍କାଇବା ଭଳି ଜବାବ: ପାକିସ୍ତାନ ଥରହର
ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପାକିସ୍ତାନ ଭାରତ ବିରୋଧରେ ଡ୍ରୋନ ଏବଂ ମିଶାଇଲ ବ୍ୟବହାର କରିଥିଲା। ଭାରତ ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଇଥିଲା। ଏବେ CDS ଅନିଲ ଚୌହାନ ସୂଚାଇଛନ୍ତି ଯେ, ପରବର୍ତ୍ତୀ ଯୁଦ୍ଧ କିପରି […] The post ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍କାଇବା ଭଳି ଜବାବ: ପାକିସ୍ତାନ ଥରହର appeared first on Dharitri Odia News.
ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପାକିସ୍ତାନ ଭାରତ ବିରୋଧରେ ଡ୍ରୋନ ଏବଂ ମିଶାଇଲ ବ୍ୟବହାର କରିଥିଲା। ଭାରତ ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଇଥିଲା। ଏବେ CDS ଅନିଲ ଚୌହାନ ସୂଚାଇଛନ୍ତି ଯେ, ପରବର୍ତ୍ତୀ ଯୁଦ୍ଧ କିପରି ହୋଇପାରେ।
CDS ଚୌହାନ ସମ୍ପ୍ରତି ଶାଙ୍ଗ୍ରି-ଲା ଡାଏଲଗରେ ଅଂଶଗ୍ରହଣ କରିଥିଲେ। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ, ଆତଙ୍କବାଦ ଯୋଗୁ ଭାରତ ବହୁତ କ୍ଷତି ସହିଛି, କିନ୍ତୁ ଦେଶ ଏବେ ଏହା ପ୍ରତି କଠୋର। ଭାରତ କୌଣସି ପ୍ରକାରେ ଆତଙ୍କବାଦକୁ ସହ୍ୟ କରିବ ନାହିଁ। ବିରୋଧୀମାନେ ଅପରେଶନ ସିନ୍ଦୁରରୁ ଆମର ସଂଯମତା ବିଷୟରେ ଧାରଣା ପାଇଛନ୍ତି।
ଯଦି ଭାରତ ଯୁଦ୍ଧ ଲଢ଼େ, ତେବେ ଏହା ଅପରେସନ ସିନ୍ଦୁର ପରି କଣ୍ଟାକ୍ଟ ଲେସ ହୋଇପାରେ। CDS ଚୌହାନ ଏହା ଆଡ଼କୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଯେ ‘ମାନବବିହୀନ ସିଷ୍ଟମ’ ଏବଂ ‘ଡୁ ଇଟ୍ ୟୋରସେଲ୍ଫ’ ଧାରା ବୃଦ୍ଧି ପାଇଛି। ଏହା ମାନବ କ୍ଷତି ଏବଂ ଆର୍ଥିକ କ୍ଷତି ହ୍ରାସ କରୁଛି। ବର୍ତ୍ତମାନ ଯୁଦ୍ଧରେ ଡ୍ରୋନର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି। ଏହା ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦେଖାଯାଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ନେଇଥିଲେ।
ୟୁକ୍ରେନ ସମ୍ପ୍ରତି ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରି ଏହାର ପାଞ୍ଚଟି ବାୟୁସେନା ଘାଟିକୁ ଧ୍ୱଂସ କରିଛି। ଅନ୍ୟପକ୍ଷରେ, ରୁଷଆ ପାଖରେ ଅନେକ ମାରାତ୍ମକ ମିଶାଇଲ୍ ଅଛି, ଯାହାକୁ ସେ ଏପର୍ଯ୍ୟନ୍ତ ବ୍ୟବହାର କରିନାହିଁ। ଭବିଷ୍ୟତର ଯୁଦ୍ଧଗୁଡ଼ିକ ସେନ୍ସର ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ।
The post ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍କାଇବା ଭଳି ଜବାବ: ପାକିସ୍ତାନ ଥରହର appeared first on Dharitri Odia News.