ପରବିନ୍ଙ୍କ ଚରିତ୍ରରେ ତ୍ରିପ୍ତି
ଅଶୀ ଦଶକର ବେଶ୍ ପରିଚିତ ନାୟିକା ହେଲେ ପରବିନ୍ ବାବି । ଯାହାଙ୍କର ଫିଲ୍ମ ସହିତ ରିଅଲ ଲାଇଫ୍ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ତେବେ ଖୁବ ଶୀଘ୍ର ନାୟିକାଙ୍କର ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି । ଯେଉଁଥିରେ ପରବିନ୍ଙ୍କର ଚରିତ୍ରରେ ତ୍ରିପ୍ତି ଡିମିରିଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆନିମଲ ଫିଲ୍ମ ପରେ ତ୍ରିପ୍ତି ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ହାତରେ ଖୁବ ଭଲଭଲ ପ୍ରୋଜେକଫ ଏବେ ରହିଛି […]

ଅଶୀ ଦଶକର ବେଶ୍ ପରିଚିତ ନାୟିକା ହେଲେ ପରବିନ୍ ବାବି । ଯାହାଙ୍କର ଫିଲ୍ମ ସହିତ ରିଅଲ ଲାଇଫ୍ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ତେବେ ଖୁବ ଶୀଘ୍ର ନାୟିକାଙ୍କର ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି । ଯେଉଁଥିରେ ପରବିନ୍ଙ୍କର ଚରିତ୍ରରେ ତ୍ରିପ୍ତି ଡିମିରିଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆନିମଲ ଫିଲ୍ମ ପରେ ତ୍ରିପ୍ତି ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ହାତରେ ଖୁବ ଭଲଭଲ ପ୍ରୋଜେକଫ ଏବେ ରହିଛି । ତାଙ୍କୁ ଆନିମଲ ପରେ କ୍ୱାଲା, ଲୈଲା ମଜୁନ୍ ଓ ବ୍ୟାଡ୍ ନୁ୍ୟଜ୍ ଭଳି ଫିଲ୍ମରେ ଦେଖିବାକୁ ମିଳିଛି । ବାୟୋପିକ୍କୁ ନେଇ ଜଣା ପଡିବା ପରେ ପରବିନ୍ଙ୍କ ଫ୍ୟାନ୍ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ଜରିଆରେ ପରବିନ୍ଙ୍କ ଜୀବନର ଅନେକ ରାଜ ପରଦାକୁ ଆସିପାରେ ବୋଲି ସମସ୍ତେ କଳ୍ପନା କରିବାରେ ଲାଗିଛନ୍ତି । ୧୯୭୦ରୁ ୧୯୮୦ ପର୍ଯ୍ୟନ୍ତ ଖୁବ ଚର୍ଚ୍ଚିତ ନାୟିକା ଥିଲେ ପରବିନ୍ । ନିଜ ଲଭ୍ ଆଫାୟାର୍କୁ ନେଇ ମଧ୍ୟ ବେଶ୍ ଲାଇମ୍ ଲାଇଟ୍ରେ ଥିଲେ । ପରବିନ୍ ଓ ମହେଶ ଭଟ୍ଟଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ ।