ପରବେଶ, ଆଶିଷ୍, ସତୀଶ ଏବଂ ବିଜେନ୍ଦ୍ର...ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍ରେ ସବୁଠୁ ଆଗରେ ୪ ନେତା
ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବାଜିମାତ୍ । ୨୭ ବର୍ଷ ପରେ ଦୁର୍ଗ ଦଖଲ କରିଛି ଭାରତୀୟ ଜନତା ପାର୍ଟି । ସେ ପୁଣି ବିନା କୌଣସି ମୁଖ୍ୟମନ୍ତ୍ରୀ ନାଁ ଘୋଷଣାରେ । କେନ୍ଦ୍ର ଶାସିତ ପ୍ରଦେଶରେ ମୋଦି ଇଫେକ୍ଟ କାମ କରିଛି ବୋଲି କୁହାଯାଉଛି । ତେବେ ବିଜେପି ବିଜୟ ତିଳକ ପିନ୍ଧିବା ପରେ ଦଳ ଭିତରୁ କିଏ ହେବ ଦିଲ୍ଲୀ ମୁଖିଆ ତାକୁ ନେଇ ଜୋର୍ ଧରିଲାଣି ଚର୍ଚ୍ଚା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ପୁରୁଖା ନେତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ବେଶୀ ହେଉଛି । ନୂଆଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରବେଶ ବର୍ମାଙ୍କ ସମେତ ଆଶିଷ୍ ସୁଦ୍, ସତୀଶ ଉପାଧ୍ୟାୟ ଏବଂ ବିଜେନ୍ଦ୍ର ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ଉପମୁଖ୍ୟମନ୍ତ୍ରୀକୁ ନେଇ ଚର୍ଚ୍ଚା ଦେଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ବ, ଜିତିଥିବା ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ଏହି ନିଷ୍ପତ୍ତି ନେବାରୁ କେନ୍ଦ୍ରୀୟ ନେତାଙ୍କୁ ସପ୍ତହେ ସମୟ ଲାଗି ପାରେ । ଏପେଟେ ବିଜେପି ଆଜି ସଂଧ୍ୟାରେ କେନ୍ଦ୍ରୀୟ ନେତୃତ୍ବଙ୍କ ବୈଠକ ବସୁଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଏବଂ ଆମେରିକା ଗସ୍ତ ରହିଥିବାରୁ ଏହା ପୂର୍ବରୁ ଦିଲ୍ଲୀରେ ଶପ
ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବାଜିମାତ୍ । ୨୭ ବର୍ଷ ପରେ ଦୁର୍ଗ ଦଖଲ କରିଛି ଭାରତୀୟ ଜନତା ପାର୍ଟି । ସେ ପୁଣି ବିନା କୌଣସି ମୁଖ୍ୟମନ୍ତ୍ରୀ ନାଁ ଘୋଷଣାରେ । କେନ୍ଦ୍ର ଶାସିତ ପ୍ରଦେଶରେ ମୋଦି ଇଫେକ୍ଟ କାମ କରିଛି ବୋଲି କୁହାଯାଉଛି । ତେବେ ବିଜେପି ବିଜୟ ତିଳକ ପିନ୍ଧିବା ପରେ ଦଳ ଭିତରୁ କିଏ ହେବ ଦିଲ୍ଲୀ ମୁଖିଆ ତାକୁ ନେଇ ଜୋର୍ ଧରିଲାଣି ଚର୍ଚ୍ଚା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ପୁରୁଖା ନେତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ବେଶୀ ହେଉଛି । ନୂଆଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରବେଶ ବର୍ମାଙ୍କ ସମେତ ଆଶିଷ୍ ସୁଦ୍, ସତୀଶ ଉପାଧ୍ୟାୟ ଏବଂ ବିଜେନ୍ଦ୍ର ଗୁପ୍ତା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ଉପମୁଖ୍ୟମନ୍ତ୍ରୀକୁ ନେଇ ଚର୍ଚ୍ଚା ଦେଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ବ, ଜିତିଥିବା ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ଏହି ନିଷ୍ପତ୍ତି ନେବାରୁ କେନ୍ଦ୍ରୀୟ ନେତାଙ୍କୁ ସପ୍ତହେ ସମୟ ଲାଗି ପାରେ । ଏପେଟେ ବିଜେପି ଆଜି ସଂଧ୍ୟାରେ କେନ୍ଦ୍ରୀୟ ନେତୃତ୍ବଙ୍କ ବୈଠକ ବସୁଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଏବଂ ଆମେରିକା ଗସ୍ତ ରହିଥିବାରୁ ଏହା ପୂର୍ବରୁ ଦିଲ୍ଲୀରେ ଶପଥ ସମାରୋହ ହେବା ନେଇ ଆଶା କରାଯାଉଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ୪ଜଣ ନେତା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅରବିନ୍ଦ କେଜ୍ରିଓ୍ବାଲହଙ୍କୁ ହରାଇଥିବା ପ୍ରବେଶ ବର୍ମାଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ପରବେଶ ବର୍ମା ନିଜର ବିଜୟ ସାର୍ଟିଫିକେଟ୍ ସଂଗ୍ରହ କରି ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ପ୍ରବେଶ ଦିଲ୍ଲୀର ଜଣେ ଜାଟ୍ ନେତା ଏବଂ ତାଙ୍କର ଦିଲ୍ଲୀର ୧୦ ପ୍ରତିଶତ ଅଞ୍ଚଳରେ ଦବଦବା ରହିଛି । ଏହାଛଡ଼ା ହରିୟଣା, ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟରେ ନିଜର ଏକ ବଳିଷ୍ଠ ସଂଗଠନ ରଖିଛନ୍ତି ପ୍ରବେଶ ବର୍ମା । ଅନ୍ୟ ପ୍ରମୁଖ ନେତା ମାନଙ୍କ ମଧ୍ୟରେ ଆଶିଷ୍ ସୁଦଙ୍କ ନାଁ ରହିଛି । ସେହିପରି ସତୀଶ ଉପାଧ୍ୟାୟ ଏବଂ ବିଜେନ୍ଦ୍ର ଗୁପ୍ତାଙ୍କ ନାଁ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛି ।...