ପରମାଣୁ ବର୍ଜ୍ୟରୁ ବ୍ୟାଟେରି
ଆଜିକାଲି ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ଜ୍ଞାନକୌଶଳର ଉଦ୍ଭାବନ କରୁଛନ୍ତି । ଅସମ୍ଭବକୁ ସମ୍ଭବ କରିଦେଖାଇବାରେ ଏମାନେ ସକ୍ଷମ ହେଉଛନ୍ତି । ସେହିଭଳି ଏକ ନୁଆ ଜ୍ଞାନକୌଶଳର ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି ଆମେରିକାର ବୈଜ୍ଞାନିକ । ଏକ ଷ୍ଟାଟଅପ୍ ଅଧିନରେ ପରମାଣୁ ବର୍ଜ୍ୟବସ୍ତୁରୁ ଏକ ଶକ୍ତିଶାଳୀ ବ୍ୟାଟେରି ପ୍ରସ୍ତୁତ କରାଯାଇଛି । ଏହି ବ୍ୟାଟେରିକୁ ପ୍ରାୟ ୨୮,୦୦୦ ବର୍ଷ ପର୍ଯ୍ୟନ୍ତ ଚାର୍ଜ କରିବାକୁ ପଡିବ ନାହିଁ ବୋଲି ବୈଜ୍ଞାନିକ ଦାବି କରିଛନ୍ତି । ରିପୋର୍ଟ ଅନୁସାରେ ଏହାର […]

ଆଜିକାଲି ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ଜ୍ଞାନକୌଶଳର ଉଦ୍ଭାବନ କରୁଛନ୍ତି । ଅସମ୍ଭବକୁ ସମ୍ଭବ କରିଦେଖାଇବାରେ ଏମାନେ ସକ୍ଷମ ହେଉଛନ୍ତି । ସେହିଭଳି ଏକ ନୁଆ ଜ୍ଞାନକୌଶଳର ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି ଆମେରିକାର ବୈଜ୍ଞାନିକ । ଏକ ଷ୍ଟାଟଅପ୍ ଅଧିନରେ ପରମାଣୁ ବର୍ଜ୍ୟବସ୍ତୁରୁ ଏକ ଶକ୍ତିଶାଳୀ ବ୍ୟାଟେରି ପ୍ରସ୍ତୁତ କରାଯାଇଛି । ଏହି ବ୍ୟାଟେରିକୁ ପ୍ରାୟ ୨୮,୦୦୦ ବର୍ଷ ପର୍ଯ୍ୟନ୍ତ ଚାର୍ଜ କରିବାକୁ ପଡିବ ନାହିଁ ବୋଲି ବୈଜ୍ଞାନିକ ଦାବି କରିଛନ୍ତି । ରିପୋର୍ଟ ଅନୁସାରେ ଏହାର ନାମ ରଖାଯାଇଛି ନାନୋ ଡାଇମଣ୍ଡ ବ୍ୟାଟେରି । ଏହାର ବେସ୍ ଡାଇମଣ୍ଡ ହୋଇଥିବା ବେଳେ ଏହା ଏକ ଆଲ®ା, ବିଟା ଓ ନୁ୍ୟଟ୍ରୋନ ଭୋଲାଟିକ୍ ବ୍ୟାଟେରି । ଉଦ୍ଭାବକଙ୍କ ମତରେ ଏହା ଦୀର୍ଘ ସମୟ ଧରି ଉର୍ଜା ପ୍ରଦାନ କରିବା କି;ୁ ଏହାକୁ ଚାର୍ଜ କରିବାକୁ ପଡିବ ନାହିଁ । ଏହାକୁ ପରମାଣୁ ବର୍ଜ୍ୟବସ୍ତୁରୁ ରୋଡିଓଆକଫିଭ ଆଇସୋଟୋପସ୍କୁ ଏକାଠି କରାଯାଇ ଏଥିରେ ପଲି ଖ୍ରିଷ୍ଟାଲାଇନ୍ ଡାଇମଣ୍ଡର ଲେୟାର ଦିଆଯାଇ ପ୍ରସ୍ତୁତ କରାଯାଇଛି । ଡାଇମଣ୍ଡ ଏକ ଭଲ ତାପ ପରିବାହକ ହୋଇଥିବାରୁ ଏହା ବ୍ୟାଟେରି ପାଇଁ ଉପଯୁକ୍ତ । ଏହି ନାନୋ ଡାଇମଣ୍ଡ ପାର୍ଟିକିଲ ଆଇସୋଟପ୍ସ ଗୁଡିକରୁ ତାପକୁ ବହୁତ ଶୀଘ୍ର ଟାଣିନେଇଥାଏ । ଏହି ପ୍ରକ୍ରିୟା ଏତେ ଶୀଘ୍ର ହୋଇଥାଏ ଯେ ଏହିସମୟରେ ବିଦୁ୍ୟତ୍ ଶକ୍ତି ଉପିାଦନ ସହଜରେ ହୋଇଥାଏ । ଏହି ବ୍ୟାଟେରି ଟି ମଣିଷଙ୍କ ପାଇଁ ସମୂର୍ଣ୍ଣ ସୁରକ୍ଷିତ । ଆସନ୍ତା ଦୁଇବର୍ଷ ଭିତରେ ଏହାର ଉପିାଦନ ଆରମ୍ଭ ହେବ ବୋଲି ଷ୍ଟାଟଅପ୍ ଟିମ୍ ମତ ଦେଇଛନ୍ତି । ଏହାକୁ ପ୍ରଥମେ ମହାକାଶକୁ ଯାଉଥିବା ଯାନ କିମ୍ବା ଯନ୍ତ୍ରପାତିରେ ବ୍ୟବହାର କରାଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ସେହି ଭଳି ଏହି ବ୍ୟାଟେରି ଗୋଟିଏ ସ୍ମାଟ ଫୋନ୍ କିମ୍ବା ଇେáଟ୍ରିକ୍ କାରକୁ ପ୍ରାୟ ୧୦ ବର୍ଷ ଶକ୍ତି ଯୋଗାଇବାରେ ସଫଳ ହେବ । ଏହି ବ୍ୟାଟେରି ଲୋକଙ୍କୁ ବାରମ୍ବାର ବ୍ୟାଟେରି ଚାର୍ଜ କରିବା ପ୍ରକ୍ରିୟାରୁ ମୁକ୍ତି ଦେବ ।