ପରମାଣୁ ବୋମା ପକାଇ ବିମାନ ବନ୍ଦରକୁ ଉଡାଇବାକୁ ଧମକ, ୨ ଗିରଫ

ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ୍‌ କରାଯାଉଥିଲା। ଏହି ସମୟରେ ଦୁଇଜଣ ଯାତ୍ରୀ ପରମାଣୁ ବୋମା ସାହାଯ୍ୟରେ ବିମାନ ବନ୍ଦର ଉଡାଇଦେବାକୁ ସୁରକ୍ଷାକର୍ମୀଙ୍କୁ ଧମକ ଦେଇଥିଲେ।

ପରମାଣୁ ବୋମା ପକାଇ ବିମାନ ବନ୍ଦରକୁ ଉଡାଇବାକୁ ଧମକ, ୨ ଗିରଫ

ପରମାଣୁ ବୋମା ପକାଇ ବିମାନ ବନ୍ଦରକୁ ଉଡାଇବାକୁ ଧମକ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(IGI)କୁ ଏଭଳି କିଛି ଧମକ ମିଳିଛି। ଏହି ମାମଲାରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ଏନେଇ ସୂଚନା ଦେଇଛି।

ସୂଚନା ମୁତାବକ, ଏପ୍ରିଲ ୫ ତାରିଖରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ୍‌ କରାଯାଉଥିଲା। ଏହି ସମୟରେ ଦୁଇଜଣ ଯାତ୍ରୀ ପରମାଣୁ ବୋମା ସାହାଯ୍ୟରେ ବିମାନ ବନ୍ଦର ଉଡାଇଦେବାକୁ ସୁରକ୍ଷାକର୍ମୀଙ୍କୁ ଧମକ ଦେଇଥିଲେ। ଏହାପରେ ଉକ୍ତ ଦୁଇ ଜଣ ଯାତ୍ରୀଙ୍କୁ ପୁଲିସ ଗିରଫ କରିଛି।

ଦିଲ୍ଲୀ ପୁଲିସ କହିଛି, ଉଭୟଙ୍କ ବିରୋଧରେ ବିମାନବନ୍ଦର ପୁଲିସ ଷ୍ଟେଶନରେ ଧାରା ୧୮୨/୫୦୫ (୧) ବି ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ବୋମା ଧମକ ପାଇବା ପରେ ଦିଲ୍ଲୀ ପୁଲିସ ଅଳର୍ଟ ହୋଇପଡିଛି।

ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଦିଲ୍ଲୀ ବିମାନବନ୍ଦର ଓ ପାହାଡଗଞ୍ଜକୁ ବୋମା ଲଗାଇ ଉଡାଇ ଦେବାକୁ ଜଣେ ବ୍ୟକ୍ତି ଫୋନ୍‌ କଲ ଜରିଆରେ ଧମକ ଦେଇଥିଲେ। ଦିଲ୍ଲୀ ପୁଲିସ ନିକଟକୁ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା।