ପରମାଣୁ ଶକ୍ତି ସମ୍ପନ୍ନ ୫ ଦେଶ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଉତ୍ତେଜନା ଭିତରେ ରୁଷ ମନ୍ତ୍ରୀଙ୍କ ଦାବି

ମୁମ୍ୱାଇ: ଦୁନିଆର ପାଞ୍ଚ ପରମାଣୁ ହତିଆର ସମ୍ପନ୍ନ ଦେଶ ଆମେରିକାର ନ୍ୟୁୟର୍କରେ ବୈଠକ କରିବାକୁ ଯାଉଛନ୍ତି । ପାଞ୍ଚ ଦେଶଙ୍କ ଏହି ବୈଠକ ଆଗାମୀ ଦୁଇ ସପ୍ତାହରେ ହୋଇପାରେ । ରୁଷ ମିଡିଆ ଦେଶର ଉପବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭାଙ୍କ ବୟାନକୁ ନେଇ ଏହି ସୂଚନା ଦେଇଛି । ତେବେ ରାୟବକୋଭ ବୈଠକ ହେବା ନେଇ କୌଣସି ସଠିକ୍ ତାରିଖ ଏବଂ କେଉଁ ଅଧିକାରୀ ସାମିଲ ହେବେ ସେ ବାବଦରେ ସୂଚନା ଦେଇନାହାନ୍ତି ।ଯୁକ୍ରେନ ଯୁଦ୍ଧ ଆରମ୍ଭ ପରଠୁ ରୁଷ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ପରମାଣୁ ଶକ୍ତି ପ୍ରୟୋଗ ଉପରେ ବୟାନବାଦି ଜାରି ରହିଛି । ଏହାରି ଭିତରେ ରୁଷ ମନ୍ତ୍ରୀଙ୍କ ଦାବି ଯଦି ସତ ହୁଏ ତେବେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ରୁଷ, ଆମେରିକା, ଚୀନ, ଫ୍ରାନ୍ସ ଏବଂ ବ୍ରିଟେନକୁ ଗୋଟିଏ ମଞ୍ଚରେ ଆଣିପାରେ । ଏହି ସବୁ ରାଷ୍ଟ୍ର ପରମାଣୁ ଶକ୍ତି ସମ୍ପନ୍ନ ଏବଂ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ମଧ୍ୟ ଅଛନ୍ତି ।ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ମାସରେ ଦେଶର ପରମାଣୁ ନୀତିରେ ପରିବର୍ତ୍ତନ ଘୋଷଣା କରିଥିଲେ । ସେ କହିଥିଲେ ଯେ ରୁଷ ସେହି ସବୁ ପରିଦୃଶ୍ୟ ଉପରେ ବିଚାର କରୁଛି, ଯାହା ପରମାଣୁ ହତିଆର ପ୍ରୟୋଗ ଉପରେ ବିଚାର ପାଇଁ ପ୍ରେରିତ କରିବ ।୨୦୨୨ ଫେବ୍ରୁଆରୀରେ ଭ୍ଲାଦିମିର ପୁଟିନ ୟୁକ୍ରେନରେ ସୈନ୍ୟ ଅପରେସନ ପାଇଁ ଘୋଷଣା କରିଥିଲେ । ଏହାର କିଛି ସପ୍ତାହ ପୂର୍ବରୁ 'ନ୍ୟୁକ୍ଲିୟର ଫାଇଭ୍' ଏକ ମିଳିତ ବୟାନ ଜାରି

ପରମାଣୁ ଶକ୍ତି ସମ୍ପନ୍ନ ୫ ଦେଶ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଉତ୍ତେଜନା ଭିତରେ ରୁଷ ମନ୍ତ୍ରୀଙ୍କ ଦାବି

ମୁମ୍ୱାଇ: ଦୁନିଆର ପାଞ୍ଚ ପରମାଣୁ ହତିଆର ସମ୍ପନ୍ନ ଦେଶ ଆମେରିକାର ନ୍ୟୁୟର୍କରେ ବୈଠକ କରିବାକୁ ଯାଉଛନ୍ତି । ପାଞ୍ଚ ଦେଶଙ୍କ ଏହି ବୈଠକ ଆଗାମୀ ଦୁଇ ସପ୍ତାହରେ ହୋଇପାରେ । ରୁଷ ମିଡିଆ ଦେଶର ଉପବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭାଙ୍କ ବୟାନକୁ ନେଇ ଏହି ସୂଚନା ଦେଇଛି । ତେବେ ରାୟବକୋଭ ବୈଠକ ହେବା ନେଇ କୌଣସି ସଠିକ୍ ତାରିଖ ଏବଂ କେଉଁ ଅଧିକାରୀ ସାମିଲ ହେବେ ସେ ବାବଦରେ ସୂଚନା ଦେଇନାହାନ୍ତି ।

ଯୁକ୍ରେନ ଯୁଦ୍ଧ ଆରମ୍ଭ ପରଠୁ ରୁଷ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ପରମାଣୁ ଶକ୍ତି ପ୍ରୟୋଗ ଉପରେ ବୟାନବାଦି ଜାରି ରହିଛି । ଏହାରି ଭିତରେ ରୁଷ ମନ୍ତ୍ରୀଙ୍କ ଦାବି ଯଦି ସତ ହୁଏ ତେବେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ରୁଷ, ଆମେରିକା, ଚୀନ, ଫ୍ରାନ୍ସ ଏବଂ ବ୍ରିଟେନକୁ ଗୋଟିଏ ମଞ୍ଚରେ ଆଣିପାରେ । ଏହି ସବୁ ରାଷ୍ଟ୍ର ପରମାଣୁ ଶକ୍ତି ସମ୍ପନ୍ନ ଏବଂ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ମଧ୍ୟ ଅଛନ୍ତି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ମାସରେ ଦେଶର ପରମାଣୁ ନୀତିରେ ପରିବର୍ତ୍ତନ ଘୋଷଣା କରିଥିଲେ । ସେ କହିଥିଲେ ଯେ ରୁଷ ସେହି ସବୁ ପରିଦୃଶ୍ୟ ଉପରେ ବିଚାର କରୁଛି, ଯାହା ପରମାଣୁ ହତିଆର ପ୍ରୟୋଗ ଉପରେ ବିଚାର ପାଇଁ ପ୍ରେରିତ କରିବ ।

୨୦୨୨ ଫେବ୍ରୁଆରୀରେ ଭ୍ଲାଦିମିର ପୁଟିନ ୟୁକ୍ରେନରେ ସୈନ୍ୟ ଅପରେସନ ପାଇଁ ଘୋଷଣା କରିଥିଲେ । ଏହାର କିଛି ସପ୍ତାହ ପୂର୍ବରୁ 'ନ୍ୟୁକ୍ଲିୟର ଫାଇଭ୍' ଏକ ମିଳିତ ବୟାନ ଜାରି କରିଥିଲେ । ଯେଉଁଥିରେ କୁହାଯାଉଥିଲା ଯେ ପରମାଣୁ ଶକ୍ତିଙ୍କ ମଧ୍ୟରେ ଯୁଦ୍ଧ ଉତ୍ତେଜନା ଏବଂ ରଣନୀତିକ ବିପଦ କମ କରିବା ପାଇଁ ପ୍ରାଥମିକତା ଦିଆଯିବ । ବୟାନରେ ଏହା ବି କୁହାଯାଇଥିଲା ଯେ ପରମାଣୁ ଯୁଦ୍ଧ କେହି ଜିତିପାରିବେ ନାହିଁ ଏବଂ କେବେ ବି ଏଥିରେ ଯୁଦ୍ଧ ନ ଲଢାଯିବା ଦରକାର ।