ପରଲୋକରେ ଗ୍ରାମୀ ବିଜେତା ମେଣ୍ଡିସା, ଘରୁ ମିଳିଲା ଗାୟିକାଙ୍କ ମୃତ ଦେହ

ମୁମ୍ଵାଇ ୨୧।୦୪: ସଙ୍ଗୀତ ଜଗତରୁ ପୁଣି ଥରେ ଦୁଃଖଦ ଖବର ସାମ୍ନାକୁ ଆସିଛି।  ହଲିଉଡ୍‌ର ଜଣେ ଫେମସ୍‌ ସିଙ୍ଗର୍‌ ତଥା ଗ୍ରାମୀ ଆଓ୍ୱାର୍ଡ ବିଜେତା ମେଣ୍ଡିସାଙ୍କ ଦେହାନ୍ତ। ବର୍ତ୍ତମାନ ତାଙ୍କ ଘରୁ ତାଙ୍କର ମୃତଦେହ ମିଳିଛି । ତାଙ୍କ ମୃତଦେହକୁ ପୋଲିସ ଏବେ ଜବତ କରିଛି। ୪୭ ବର୍ଷୀୟ ହଲିଉଡ ସିଙ୍ଗର୍‌ ମେଣ୍ଡିସାଙ୍କର ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କର ଅଫିସିଆଲ୍‌ ଆକାଉଣ୍ଟରେ ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। View this post on InstagramA post shared by Tellychakkar Official ® (@tellychakkar)ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସୂଚନା ମିଳି ନାହିଁ।  ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟ ସମ୍ପର୍କୀୟ ଓ ଫ୍ୟାନ୍ସମାନେ ଶୋକ ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ସିଙ୍ଗର୍‌ଙ୍କ ମୃତ୍ୟୁ ହେଲା ସେ ନେଇ ଯାଞ୍ଚ କରାଯିବ ବୋଲି ଓ୍ୱିଲିୟମସନ୍‌ କାଉଣ୍ଟିର ଅଧିକାରୀମାନେ କହିଛନ୍ତି।  ମେଣ୍ଡିସା ହଣ୍ଡଲି କାଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ସେ ଅନେକ ହିଟ୍ ଗୀତ ଗାଇଥିଲେ। ୨୦୦୬ରେ ଆମେରିକାନ୍‌ ଆଇଡଲର ଟ୍ରଫି ହାତେଇ ଲୋକପ୍ରିୟ ହୋଇଥିଲେ ମେଣ୍ଡିସା। ଏହାପରେ ୨୦୦୭ରେ ସେ ନିଜ ଡେବ୍ୟୁ ଆଲମ୍‌ ରିଲିଜ କରିଥିଲେ, ଯାହାର ନାଁ ଥିଲା 'ଟ୍ରୁ ବ୍ୟୁଟି'। ଏହି ଆଲବମ ଜରିଆରେ ସେ ଖ୍ରୀଷ୍ଟିୟନ୍‌ ମ୍ୟୁଜିକ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହ

ପରଲୋକରେ ଗ୍ରାମୀ ବିଜେତା ମେଣ୍ଡିସା, ଘରୁ ମିଳିଲା ଗାୟିକାଙ୍କ ମୃତ ଦେହ

ମୁମ୍ଵାଇ ୨୧।୦୪: ସଙ୍ଗୀତ ଜଗତରୁ ପୁଣି ଥରେ ଦୁଃଖଦ ଖବର ସାମ୍ନାକୁ ଆସିଛି।  ହଲିଉଡ୍‌ର ଜଣେ ଫେମସ୍‌ ସିଙ୍ଗର୍‌ ତଥା ଗ୍ରାମୀ ଆଓ୍ୱାର୍ଡ ବିଜେତା ମେଣ୍ଡିସାଙ୍କ ଦେହାନ୍ତ। ବର୍ତ୍ତମାନ ତାଙ୍କ ଘରୁ ତାଙ୍କର ମୃତଦେହ ମିଳିଛି । ତାଙ୍କ ମୃତଦେହକୁ ପୋଲିସ ଏବେ ଜବତ କରିଛି। ୪୭ ବର୍ଷୀୟ ହଲିଉଡ ସିଙ୍ଗର୍‌ ମେଣ୍ଡିସାଙ୍କର ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କର ଅଫିସିଆଲ୍‌ ଆକାଉଣ୍ଟରେ ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। 



ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସୂଚନା ମିଳି ନାହିଁ।  ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟ ସମ୍ପର୍କୀୟ ଓ ଫ୍ୟାନ୍ସମାନେ ଶୋକ ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ସିଙ୍ଗର୍‌ଙ୍କ ମୃତ୍ୟୁ ହେଲା ସେ ନେଇ ଯାଞ୍ଚ କରାଯିବ ବୋଲି ଓ୍ୱିଲିୟମସନ୍‌ କାଉଣ୍ଟିର ଅଧିକାରୀମାନେ କହିଛନ୍ତି।  ମେଣ୍ଡିସା ହଣ୍ଡଲି କାଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ସେ ଅନେକ ହିଟ୍ ଗୀତ ଗାଇଥିଲେ। 

୨୦୦୬ରେ ଆମେରିକାନ୍‌ ଆଇଡଲର ଟ୍ରଫି ହାତେଇ ଲୋକପ୍ରିୟ ହୋଇଥିଲେ ମେଣ୍ଡିସା। ଏହାପରେ ୨୦୦୭ରେ ସେ ନିଜ ଡେବ୍ୟୁ ଆଲମ୍‌ ରିଲିଜ କରିଥିଲେ, ଯାହାର ନାଁ ଥିଲା 'ଟ୍ରୁ ବ୍ୟୁଟି'। ଏହି ଆଲବମ ଜରିଆରେ ସେ ଖ୍ରୀଷ୍ଟିୟନ୍‌ ମ୍ୟୁଜିକ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ପରେ ତାଙ୍କର ଅନେକ ମ୍ୟୁଜିକ ଆଲବମ୍‌ ରିଲିଜ ହୋଇଥିଲା, ଯାହା ହିଟ୍‌ ମଧ୍ୟ ପ୍ରମାଣିତ ହୋଇଥିଲା। ନିଜର ଚତ୍ମକାର କଣ୍ଠ ସ୍ୱର ଓ ସିଙ୍ଗିଙ୍ଗ ଟାଲେଣ୍ଟ ପାଇଁ ସେ ଗ୍ରାମୀ ଆଓ୍ୱାର୍ଡ ପୁରସ୍କାର ମଧ୍ୟ ଜିତିଥିଲେ। କିନ୍ତୁ ତାଙ୍କର ହଠାତ୍ ଦେହାନ୍ତ ପ୍ରଶଂସକଙ୍କ ମଧ୍ୟରେ ଶୋକ ବ୍ୟାପିଯାଇଛି।