ପରଲୋକରେ କେ. ନଟବର ସିଂହ; ୯୫ ବର୍ଷ ବୟସରେ ଦେହାନ୍ତ, ଦିଲ୍ଲୀରେ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟବର ସିଂହ ପରଲୋକ । ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ପଦ୍ମଶ୍ରୀ ନଟବର ସିଂହ ରାଜସ୍ଥାନ ଭରତପୁରର ବାସିନ୍ଦା । ସେ ମନମୋହନ ସିଂହ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ବିଶିଷ୍ଟ ରାଜନେତା ଏବଂ କୂଟନୀତିଜ୍ଞ ଭାବେ ସେ ଜଣାଶୁଣା । ସେ ୨ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ନଟବର ସିଂହଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ଦିଲ୍ଲୀରେ ପଦ୍ମଶ୍ରୀ ନଟବର ସିଂହଙ୍କ ଅନ୍ତିମ ସଂସ୍କାର ହେବ ।
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟବର ସିଂହ ପରଲୋକ । ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
ପଦ୍ମଶ୍ରୀ ନଟବର ସିଂହ ରାଜସ୍ଥାନ ଭରତପୁରର ବାସିନ୍ଦା । ସେ ମନମୋହନ ସିଂହ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ବିଶିଷ୍ଟ ରାଜନେତା ଏବଂ କୂଟନୀତିଜ୍ଞ ଭାବେ ସେ ଜଣାଶୁଣା । ସେ ୨ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ନଟବର ସିଂହଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ଦିଲ୍ଲୀରେ ପଦ୍ମଶ୍ରୀ ନଟବର ସିଂହଙ୍କ ଅନ୍ତିମ ସଂସ୍କାର ହେବ ।