ପରଲୋକରେ.କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ,ଅଞ୍ଚଳ ରେ ଶୋକ ପ୍ରକାଶ।

କୋକସରା:୨୦/୦୨ କଳାହାଣ୍ଡି ଜିଲ୍ଲା ର ଜଣେ ବିଶିଷ୍ଟ ଶିଳ୍ପପତି ଡିଡି ବିଲ୍ଡରର ନିର୍ଦେଶକ କୋକସରା ବ୍ଲକ ଲଡୁଗାଁ ନିବାସୀ ତ୍ରିଲୋଚନ ଅଗ୍ରୱାଲଙ୍କ ପରଲୋକ ମଙ୍ଗଳବାର ଦିନ ଲଡୁଗାଁ ସ୍ଥିତ ବାସଭବନ ରେ ହୃଦଘାତ ରେ ହୋଇଥିବା ଜଣାପଡିଛି।।ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଥିଲେ ତ୍ରିଲୋଚନ ଅଗ୍ରୱାଲ, ତାଙ୍କର ୬୬ ବର୍ଷ ବୟସରେ ହୃତଘାତରେ ପରଲୋକ ହୋଇଛି। କୋକସରା ବ୍ଲକ ର ଲଡୁଗାଁ ବାସଭବନରେ ତାଙ୍କ ହୃଦଘାତ ରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ର ଅନ୍ତିମ ସଂସ୍କାର […] The post ପରଲୋକରେ.କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ,ଅଞ୍ଚଳ ରେ ଶୋକ ପ୍ରକାଶ। appeared first on Odisha.News.

ପରଲୋକରେ.କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ,ଅଞ୍ଚଳ ରେ ଶୋକ ପ୍ରକାଶ।

କୋକସରା:୨୦/୦୨
କଳାହାଣ୍ଡି ଜିଲ୍ଲା ର ଜଣେ ବିଶିଷ୍ଟ ଶିଳ୍ପପତି ଡିଡି ବିଲ୍ଡରର ନିର୍ଦେଶକ କୋକସରା ବ୍ଲକ ଲଡୁଗାଁ ନିବାସୀ ତ୍ରିଲୋଚନ ଅଗ୍ରୱାଲଙ୍କ ପରଲୋକ ମଙ୍ଗଳବାର ଦିନ ଲଡୁଗାଁ ସ୍ଥିତ ବାସଭବନ ରେ ହୃଦଘାତ ରେ ହୋଇଥିବା ଜଣାପଡିଛି।।ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଥିଲେ ତ୍ରିଲୋଚନ ଅଗ୍ରୱାଲ, ତାଙ୍କର ୬୬ ବର୍ଷ ବୟସରେ ହୃତଘାତରେ ପରଲୋକ ହୋଇଛି। କୋକସରା ବ୍ଲକ ର ଲଡୁଗାଁ ବାସଭବନରେ ତାଙ୍କ ହୃଦଘାତ ରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ର ଅନ୍ତିମ ସଂସ୍କାର ବୁଧବାର ହେବା ନେଇ ପରିବାର ବର୍ଗ ଙ୍କ ପକ୍ଷରୁ ସୂଚନା ମିଳିଛି। ଦିବଙ୍ଗତ ତ୍ରିଲୋଚନ ଅଗ୍ରୱାଲ ଜଣେ ସମାଜସେବୀ, ପରୋପକାରୀ,ମେଳାପୀ ଓ ଲୋକଙ୍କ ସୁଖଦୁଃଖ ରେ ସହଭାଗୀ ଭାବେ ଅଞ୍ଚଳ ରେ ଜଣାଶୁଣା ବ୍ୟକ୍ତି ବିଶେଷ ଭାବେ ପରିଚିତ ଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ପରେ କୋକସରା ବ୍ଲକ ଲଡୁଗାଁ ସମେତ କଳାହାଣ୍ଡି ଜିଲ୍ଲାରେ ଆତ୍ମୀୟ ପରିଜନ ଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି।

The post ପରଲୋକରେ.କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ,ଅଞ୍ଚଳ ରେ ଶୋକ ପ୍ରକାଶ। appeared first on Odisha.News.