ପରସ୍ପର ବିରୋଧରେ ଥାନାରେ ଏତଲା ଦେଲେ କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ:ସଂସଦ ବାହାରେ ଘଟିଥିବା ତୁମୁଳକାଣ୍ଡକୁ ନେଇ ଜାତୀୟ ରାଜନୀତି ପଡୁଛି ଉଠୁଛି। ସଂସଦ ବାହାରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମୁହାଁମୁହିଁ ସ୍ଥିତିକୁ ନେଇ ଉପୁଜିଥିବା ରାଜନୈତିକ ଯୁଦ୍ଧ ଏଵେ ଚରମ ସୀମାରେ ପହଁଚିଛି।କଥା ଏଵେ ରାଜନୈତିକ ବୟାନ ବାଜିରେ ସୀମିତ ରହି ନାହିଁ। ଥାନାରେ ପହଁଚିଛି କଂଗ୍ରେସ ଓ ବିଜେପି କଳି। ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଚାଲିଥିବା ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି ଏଵେ ଥାନାରେ ପହଁଚିଛି। ଉଭୟ ବିଜେପି ଓ କଂଗ୍ରେସ […]

ପରସ୍ପର ବିରୋଧରେ ଥାନାରେ ଏତଲା ଦେଲେ କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ:ସଂସଦ ବାହାରେ ଘଟିଥିବା ତୁମୁଳକାଣ୍ଡକୁ ନେଇ ଜାତୀୟ ରାଜନୀତି ପଡୁଛି ଉଠୁଛି। ସଂସଦ ବାହାରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମୁହାଁମୁହିଁ ସ୍ଥିତିକୁ ନେଇ ଉପୁଜିଥିବା ରାଜନୈତିକ ଯୁଦ୍ଧ ଏଵେ ଚରମ ସୀମାରେ ପହଁଚିଛି।କଥା ଏଵେ ରାଜନୈତିକ ବୟାନ ବାଜିରେ ସୀମିତ ରହି ନାହିଁ। ଥାନାରେ ପହଁଚିଛି କଂଗ୍ରେସ ଓ ବିଜେପି କଳି।
ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଚାଲିଥିବା ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି ଏଵେ ଥାନାରେ ପହଁଚିଛି। ଉଭୟ ବିଜେପି ଓ କଂଗ୍ରେସ ଦଳର ସାଂସଦ ପରସ୍ପର ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ଵରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀ ପୁଲିସର ଦ୍ଵାରସ୍ଥ ହୋଇଛି।ଅନ୍ୟପଟେ କଂଗ୍ରେସ ସାଂସଦଙ୍କ ଏକ ପ୍ରତିନିଧି ଦଳ ସେହି ସଂସଦ ମାର୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମସ୍ତ ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଆଜି ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।