ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ : ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀଜଗନ୍ନାଥ ପରିକ୍ରମା’

ପୁରୀ : ଶ୍ରୀକ୍ଷେତ୍ର ଲେଖିଛି ନୂଆ ଇତିହାସ। ଶ୍ରୀମନ୍ଦିର ଇତିହାସରେ ଯୋଡିହୋଇଛି ସ୍ୱର୍ଣ୍ଣିମ ଫର୍ଦ୍ଦ। ବିଶ୍ୱବାସୀ ଦେଖୁଛନ୍ତି ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ପୁରୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଆଜି ପୂରଣ ହୋଇଛି। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଯାହାକୁ ନେଇ ଓଡ଼ିଶାବାସୀଙ୍କ ସହ ଦେଶ ଓ ବିଦେଶରେ ଥିବା ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆ […]

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ : ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀଜଗନ୍ନାଥ ପରିକ୍ରମା’
sriJagannathaParikrama is trending on 'X'

ପୁରୀ : ଶ୍ରୀକ୍ଷେତ୍ର ଲେଖିଛି ନୂଆ ଇତିହାସ। ଶ୍ରୀମନ୍ଦିର ଇତିହାସରେ ଯୋଡିହୋଇଛି ସ୍ୱର୍ଣ୍ଣିମ ଫର୍ଦ୍ଦ। ବିଶ୍ୱବାସୀ ଦେଖୁଛନ୍ତି ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ପୁରୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଆଜି ପୂରଣ ହୋଇଛି। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଯାହାକୁ ନେଇ ଓଡ଼ିଶାବାସୀଙ୍କ ସହ ଦେଶ ଓ ବିଦେଶରେ ଥିବା ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି  ‘ଶ୍ରୀଜଗନ୍ନାଥ ପରିକ୍ରମା’ । ଅପରାହ୍ନ ୧ଟା ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ ହେବାପରେ ପରେ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି  ‘ଶ୍ରୀଜଗନ୍ନାଥ ପରିକ୍ରମା’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବାର ଏକ ଘଣ୍ଟା ମଧ୍ୟରେ ଅର୍ଥାତ ୨.୩୦ ମଧ୍ୟରେ ପ୍ରାୟ ଚାରି ହଜାରରୁ ଅଧିକ ଲୋକ ‘ଶ୍ରୀଜଗନ୍ନାଥ ପରିକ୍ରମା’ ଟ୍ୟାଗ୍‌ରେ ପୋଷ୍ଟ କରିଛନ୍ତି।

Screenshot 2 4

ଆଜି ପୌଷ ଶୁକ୍ଳ ସପ୍ତମୀ  ସମୟ ଅପରାହ୍ନ ଗୋଟାଏ ୧୫ ରୁ ସାଢ଼େ ଗୋଟାଏ ମଧ୍ୟରେ ବିଶ୍ବ ଦେଖିଛି କୋଟି କୈବଲ୍ୟଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶ୍ରୋତ୍ରୀୟବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁରା ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହୋଇଉଠୁଥିଲା ଖଣ୍ଡମଣ୍ଡଳ। ଭକ୍ତର ଭକ୍ତିରେ ଆଜି ଭିଜିଥିଲା ଶ୍ରୀ କ୍ଷେତ୍ର । ଆବାଳବୃଦ୍ଧବନିତା ଦେଖୁଥିଲେ ବିଶ୍ୱ ନିୟନ୍ତାଙ୍କ ଏହି ଅପରୂପ ସୋନ୍ଦର୍ଯ୍ୟ। ତାହା ସହ ଜଡି ହୋଇଯାଇଥିଲା ବିଶ୍ଵ ଐତିହ୍ୟ ମାନଚିତ୍ରରେ ଶ୍ରୀ କ୍ଷେତ୍ରର ନୂଆ ଇତିହାସ। ଭାବ,ଭକ୍ତି ର ସହ ବିଶ୍ଵ ଦେଖିଲା ବିଶ୍ଵ ନିୟନ୍ତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ସାରା ବିଶ୍ବ ଏବେ ଜଗନ୍ନାଥମୟ ହୋଇ ଉଠିଥିଲା। ଶ୍ରୀ କ୍ଷେତ୍ର ଦେଖି ଭକ୍ତ ବିମୋହିତ ହୋଇଛି। ଚାରିଆଡ଼େ ଘଣ୍ଟ, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ମର୍ତ୍ତ୍ୟ ମଣ୍ଡଳ। ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ଆଜି ସମାପନ ହୋଇଯାଇଛି ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ।