ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ
ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର ଜମିରେ ମୋଟ ମୋଟ ୪୭ହଜାର ୮୩୮ଟି କଫି ଗଛ ରୋପଣ କରାଯାଇଥିଲା। ତା’ ପରିସର ମଧ୍ୟରେ ଲମ୍ବା ଲମ୍ବା ଗଛରେ ଗୋଲମରିଚ ଚାଷ ମଧ୍ୟ କରାଯାଇଟିଛି। ଧୀରେ ଧୀରେ ଗଛ ବାଡ଼ ହେବା ପରେ ବଗିଚା […] The post ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ appeared first on Dharitri Odia News.
ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର ଜମିରେ ମୋଟ ମୋଟ ୪୭ହଜାର ୮୩୮ଟି କଫି ଗଛ ରୋପଣ କରାଯାଇଥିଲା। ତା’ ପରିସର ମଧ୍ୟରେ ଲମ୍ବା ଲମ୍ବା ଗଛରେ ଗୋଲମରିଚ ଚାଷ ମଧ୍ୟ କରାଯାଇଟିଛି। ଧୀରେ ଧୀରେ ଗଛ ବାଡ଼ ହେବା ପରେ ବଗିଚା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ। କଫି ବଗିଚା ବୁଲିବା ସହ ଆଉ କୋଉଠି କଣ ରହିଛି ତାକୁ ଖୋଜୁ ଖୋଜୁ ଏକାଧିକ ଜଳ ପ୍ରପାତ ଲୋକଲୋଚନକୁ ଆସିଲା।
ସେହିଦିନଠାରୁ ପ୍ରଥମେ କଫି ଦାରିଙ୍ଗବାଡିକୁ ପରିଚୟ ଦେଇଥିଲେ ମଧ୍ୟ କଫି ବଗିଚାର କୌଣସି ବିକାଶ ହୋଇପାରିନାହିଁ। ୫ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି କଫିର ଭଲ ଚାହିଦା ରହିଛି ଅଧିକା ଅମଳ ହେଉଛି। କିନ୍ତୁ ବାଡ଼ ନ ଥିବାରୁ ମୁକୁଳା ପଡିଛି ବଗିଚା। ଫଳରେ ଦଲାଲମାନେ କଫି ଓ ଗୋଲ ମରିଚ ଅମଳ ପୂର୍ବରୁ ଚୋରି କରିନେଉଥିବା ଅଭିଯୋଗ ହେଉଛି। କିନ୍ତୁ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ପର୍ଯ୍ୟଟକଙ୍କ ଠାରୁ ମୃତ୍ତିକା ସଂରକ୍ଷଣ ବିଭାଗ ବଗିଚା ବୁଲିବା ପାଇଁ ଟିକେଟ ସଂଗ୍ରହ କରୁଛି। କିନ୍ତୁ ସେହି ଅର୍ଥକୁ ନା ଶୌଚାଳୟ, ଆଲୁଅ ବ୍ୟବସ୍ଥା, ପିଇବା ପାଣିର ବ୍ୟବସ୍ଥା କରାଯାଉନାହିଁ। ଫଳରେ ପର୍ଯ୍ୟଟକ ବିଶେଷ କରି ମହିଳା ପର୍ଯ୍ୟଟକ ମନେ ହଇରାଣ ଭୋଗୁଛନ୍ତି। କଫି ବଗିଚାରେ ପର୍ଯ୍ୟଟକଙ୍କୁ ଗାଇଡ଼ କରିବା କିମ୍ବା ସୁରକ୍ଷା ଦେବାକୁ କେହି ନଥିବାରୁ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ନ ଥିବା ଅଭିଯୋଗ ହେଉଛି। ଏହାର ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ପର୍ଯ୍ୟଟକମାନେ ଦାବି କରୁଛନ୍ତି।
The post ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ appeared first on Dharitri Odia News.