ପରିତ୍ୟକ୍ତ ଘିଅ ଫ୍ୟାକ୍ଟ୍ରିରେ ଚାଲିଥିଲା କାରବାର, ୩୫ କେଜି ଗଞ୍ଜେଇ ସହ ୨ ଗିରଫ, ଅନ୍ୟ ୪ ଅଟକ

ଆନନ୍ଦପୁର ୧୦।୪: ଧରାପଡିଲେ ଗଞ୍ଜେଇ ମାଫିଆ । ୩୫ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ଖସିଯାଇଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ଧରି ପଚରାଉଚରା ଚଳାଇଛି ପୋଲିସ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘିଅ ଫ୍ୟାକ୍ଟ୍ରି ଠାରେ ଗଞ୍ଜେଇ ବିତରଣ ହେଉଥିବା ସମୟରେ ଅଚାନକ ଚଢାଉ କରିଥିଲା ପୋଲିସ । ପୋଲିସକୁ ଦେଖି ସେଠାରେ ଥିବା ୬ଜଣଙ୍କ ମଧ୍ୟରୁ ୪ ଜଣ ଫେରାରା ହୋଇଯାଇଥିବା ବେଳେ ୨ ଜଣଙ୍କୁ କାବୁ କରିବା ସହ ୩୫ କେଜି ଜବତ କରିଥିଲା ପୋଲିସ । ପରେ ଅଟକ ୨ ଜଣଙ୍କ ବୟାନ ଆଧାରରେ ଅନ୍ୟ ୪ ଜଣଙ୍କୁ ମଧ୍ୟ ଧରିଛି ପୋଲିସ । ଏ ସମ୍ପର୍କରେ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତ ରାମଚନ୍ଦ୍ରପୁର ଥାନା ନୂଆଗାଁର ରଶ୍ମୀରଞ୍ଜନ ମାଝି ଓ ଘସିପୁରା ଥାନା ପାଇକଚାଟରା ଗାଁର ସମୀର ରାଉତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚର ଚାଲିଛି । ତେବେ ଏମାନେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।You Can Read:ଦଳର ନେତା ଶୃଙ୍ଖଳିତ ଭାବେ କାମ କଲେ ପୁଣି ଥରେ ଲୋକ କ୍ଷମତାକୁ ଫେରାଇ ଆଣିବେ : ଅଶ୍ବିନୀ ପାତ୍ର

ପରିତ୍ୟକ୍ତ ଘିଅ ଫ୍ୟାକ୍ଟ୍ରିରେ ଚାଲିଥିଲା କାରବାର, ୩୫ କେଜି ଗଞ୍ଜେଇ ସହ ୨ ଗିରଫ, ଅନ୍ୟ ୪ ଅଟକ

ଆନନ୍ଦପୁର ୧୦ଧରାପଡିଲେ ଗଞ୍ଜେଇ ମାଫିଆ । ୩୫ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ଖସିଯାଇଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ଧରି ପଚରାଉଚରା ଚଳାଇଛି ପୋଲିସ । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘିଅ ଫ୍ୟାକ୍ଟ୍ରି ଠାରେ ଗଞ୍ଜେଇ ବିତରଣ ହେଉଥିବା ସମୟରେ ଅଚାନକ ଚଢାଉ କରିଥିଲା ପୋଲିସ । ପୋଲିସକୁ ଦେଖି ସେଠାରେ ଥିବା ୬ଜଣଙ୍କ ମଧ୍ୟରୁ ୪ ଜଣ ଫେରାରା ହୋଇଯାଇଥିବା ବେଳେ ୨ ଜଣଙ୍କୁ କାବୁ କରିବା ସହ ୩୫ କେଜି ଜବତ କରିଥିଲା ପୋଲିସ । ପରେ ଅଟକ ୨ ଜଣଙ୍କ ବୟାନ ଆଧାରରେ ଅନ୍ୟ ୪ ଜଣଙ୍କୁ ମଧ୍ୟ ଧରିଛି ପୋଲିସ । ଏ ସମ୍ପର୍କରେ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତ ରାମଚନ୍ଦ୍ରପୁର ଥାନା ନୂଆଗାଁର ରଶ୍ମୀରଞ୍ଜନ ମାଝି ଓ ଘସିପୁରା ଥାନା ପାଇକଚାଟରା ଗାଁର ସମୀର ରାଉତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚର ଚାଲିଛି । ତେବେ ଏମାନେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

You Can Read:

ଦଳର ନେତା ଶୃଙ୍ଖଳିତ ଭାବେ କାମ କଲେ ପୁଣି ଥରେ ଲୋକ କ୍ଷମତାକୁ ଫେରାଇ ଆଣିବେ : ଅଶ୍ବିନୀ ପାତ୍ର