ପରିବହନ ବିଭାଗର ଏସଓପି ପରେ ପିକନିକ ଗାଡ଼ିକୁ ଜୋରଦାର ଚେକିଂ

ଢେଙ୍କାନାଳ: ଢେଙ୍କାନାଳରେ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଗାଡି ଚେକିଂ ଜୋରଦାର । ପିକନିକ ପାଇଁ ପରିବହନ ବିଭାଗର ଏସଓପି... The post ପରିବହନ ବିଭାଗର ଏସଓପି ପରେ ପିକନିକ ଗାଡ଼ିକୁ ଜୋରଦାର ଚେକିଂ appeared first on .

ପରିବହନ ବିଭାଗର ଏସଓପି ପରେ ପିକନିକ ଗାଡ଼ିକୁ ଜୋରଦାର ଚେକିଂ

ଢେଙ୍କାନାଳ: ଢେଙ୍କାନାଳରେ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଗାଡି ଚେକିଂ ଜୋରଦାର । ପିକନିକ ପାଇଁ ପରିବହନ ବିଭାଗର ଏସଓପି ଜାରି ହେବାର ୨୪ ଘଣ୍ଟା ନପୁରୁନୁ ଢେଙ୍କାନାଳରେ ଚେକିଂ କଡାକଡି ହୋଇଛି । ପ୍ରଥମେ ଜୀବନ ସୁରକ୍ଷା ପରେ ପିକିନିକର ମଜା। ଏଭଳି ଉଦ୍ଦେଶ୍ୟ ନେଇ ଯାଞ୍ଚ ପ୍ରକିୟା କଡାକଡି ହୋଇଛି । ଦୁର୍ଘଟଣା କମ କରିବାକୁ ରହିଛି ମିଶନ।

ପିକନିକ ପାଇଁ ଏସଓପି ଜାରି କରିଛି ପରିବହନ ବିଭାଗ। ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ କଠୋର ହୋଇଛି ବିଭାଗ। ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ। ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ । ପିକନିକ ପାଇଁ ପରିବହନ ବିଭାଗର ଏସଓପି ଜାରି ହେବାର ୨୪ ଘଣ୍ଟା ନପୁରୁନୁ ଢେଙ୍କାନାଳରେ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଗାଡ଼ି ଚେକିଂ ଜୋରଦାର ହୋଇଛି।

ପ୍ରଥମ ପର୍ଯ୍ୟାୟରେ ସପ୍ତଶଯ୍ୟାକୁ ଆସୁଥିବା ଗାଡ଼ି ଗୁଡ଼ିକ ଯାଞ୍ଚ କରୁଛି ପରିବହନ ବିଭାଗର ଟିମ୍। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡ଼ିକର ଲାଇସେନ୍ସ, ଇନ୍ସୁରାନ୍ସ ଆଦିକୁ ଟିକିନିଖି ଭାବେ ଯାଞ୍ଚ ହେଉଛି । ସେହିପରି ମଦ୍ୟପ ଗାଡ଼ି ଚାଲକଙ୍କୁ ଧରିବା ପାଇଁ ମେସିନ ଦ୍ଵାରା ଚେକିଂ କରାଯାଉଛି। ପରିବହନ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨ ବର୍ଷରେ ୯୯୧ ଜଣଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ଚଳିତ ବର୍ଷ କଡାକଡି ଚେକିଂ ଦ୍ବାରା ଦୁର୍ଘଟଣା ସଂଖ୍ୟାରେ ହ୍ରାସ ପାଇବାର ଲକ୍ଷ୍ୟ ରହିଛି ।

The post ପରିବହନ ବିଭାଗର ଏସଓପି ପରେ ପିକନିକ ଗାଡ଼ିକୁ ଜୋରଦାର ଚେକିଂ appeared first on .