ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍-ଟ୍ରକ ମଧ୍ୟରେ ଧକ୍କା, ଦୁଇ ଜଣ ଗୁରୁତର

ବଲାଙ୍ଗୀର ୨୯।୦୪ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ପରିବା ବୋଝେଇ  ଗାଡ଼ି ସହ ଟ୍ରକର ଧକ୍କା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଟିଟିଲାଗଡ଼ ପଟୁ ଏକ ଟ୍ରକ ଆସୁଥିଲା । ଏହି ସମୟରେ ବଲାଙ୍ଗୀର ପଟୁ ଆସୁଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ ଗାଡ଼ି ସହିତ ଦୁର୍ଘଟଣା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଗୁରୁତର ଥିବା ଦୁଇ ଜଣ ହେଲେ ରାଜା ସାହୁ ଓ ସିଦ୍ଧାନ୍ତ ହାତୀ । ଉଭୟଙ୍କ ଘର କଳାହାଣ୍ଡି ଏମ୍‌ ରାମପୁରରେ , ଉଭୟ ପରିବାର ନେଇ ରାମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।  

ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍-ଟ୍ରକ ମଧ୍ୟରେ ଧକ୍କା, ଦୁଇ ଜଣ ଗୁରୁତର

ବଲାଙ୍ଗୀର ୨୯।୦୪ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ପରିବା ବୋଝେଇ  ଗାଡ଼ି ସହ ଟ୍ରକର ଧକ୍କା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଟିଟିଲାଗଡ଼ ପଟୁ ଏକ ଟ୍ରକ ଆସୁଥିଲା । ଏହି ସମୟରେ ବଲାଙ୍ଗୀର ପଟୁ ଆସୁଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ ଗାଡ଼ି ସହିତ ଦୁର୍ଘଟଣା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଗୁରୁତର ଥିବା ଦୁଇ ଜଣ ହେଲେ ରାଜା ସାହୁ ଓ ସିଦ୍ଧାନ୍ତ ହାତୀ । ଉଭୟଙ୍କ ଘର କଳାହାଣ୍ଡି ଏମ୍‌ ରାମପୁରରେ , ଉଭୟ ପରିବାର ନେଇ ରାମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।