ପରିବା ହାଟରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପନିପରିବା
ଡେଲାଙ୍ଗ,୩ା୧୧: ପୁରୀ ଜିଲା ଡେଲାଙ୍ଗ ହାଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପନିପରିବା ଦୋକାନ ଓ ସାମଗ୍ରୀ ପୋଡ଼ିଯାଇଛି। ଏଥିରେ ପରିବା ବ୍ୟବସାୟୀ ପ୍ରଦୀପ ସ୍ବାଇଁ, ରବୀନ୍ଦ୍ର ସାହୁ, କେଶବ ସାହୁ, ପ୍ରଶାନ୍ତ ପାଲଟାସିଂହ, କୃଷ୍ଣଚନ୍ଦ୍ର ପ୍ରଧାନ, ହରିହର ମାଲିକ, ମିଟୁ ମଲ୍ଲିକ, ଶରତ ସାହୁ, ଉପେନ୍ଦ୍ର ପରିଡ଼ା, ନିତ୍ୟାନନ୍ଦ ସ୍ବାଇଁ,କେଳୁଚରଣ ବେହେରା, କେଳୁଚରଣ ସାହୁଙ୍କ ଦୋକାନ ପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଡେଲାଙ୍ଗ ଦମକଳବାହିନୀ ଘଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଏହି ନିଆଁକୁ ଏକ […] The post ପରିବା ହାଟରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପନିପରିବା appeared first on Dharitri Odia News.
ଡେଲାଙ୍ଗ,୩ା୧୧: ପୁରୀ ଜିଲା ଡେଲାଙ୍ଗ ହାଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପନିପରିବା ଦୋକାନ ଓ ସାମଗ୍ରୀ ପୋଡ଼ିଯାଇଛି।
ଏଥିରେ ପରିବା ବ୍ୟବସାୟୀ ପ୍ରଦୀପ ସ୍ବାଇଁ, ରବୀନ୍ଦ୍ର ସାହୁ, କେଶବ ସାହୁ, ପ୍ରଶାନ୍ତ ପାଲଟାସିଂହ, କୃଷ୍ଣଚନ୍ଦ୍ର ପ୍ରଧାନ, ହରିହର ମାଲିକ, ମିଟୁ ମଲ୍ଲିକ, ଶରତ ସାହୁ, ଉପେନ୍ଦ୍ର ପରିଡ଼ା, ନିତ୍ୟାନନ୍ଦ ସ୍ବାଇଁ,କେଳୁଚରଣ ବେହେରା, କେଳୁଚରଣ ସାହୁଙ୍କ ଦୋକାନ ପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଡେଲାଙ୍ଗ ଦମକଳବାହିନୀ ଘଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଏହି ନିଆଁକୁ ଏକ ଜଣେ ବିକୃତ ମସ୍ତିଷ୍କ ବ୍ୟକ୍ତି ଲଗାଇ ଦେଇଥିବା ନେଇ ଡେଲାଙ୍ଗ ଫାଣ୍ଡି ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ରଶ୍ମୀରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି।
The post ପରିବା ହାଟରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପନିପରିବା appeared first on Dharitri Odia News.