ପରିବାର ସଦସ୍ୟଙ୍କୁ ହେମଦସ୍ତାରେ ଛେଚି ହତ୍ୟା
ଜଗତସିଂପୁର : ମୋବାଇଲ ପାଇଁ ଜଘନ୍ୟକାଣ୍ଡ। ବାପା ମାଆ ଓ ଭଉଣୀକୁ ବୀଭତ୍ସ ଭାବରେ ହତ୍ୟା କଲା ପୁଅ । ଶୋଇଥିବା ଅବସ୍ଥାରେ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଗତ ରାତିର ଏହି ଘଟଣା ଘଟିଛି ଜଗତସିଂହପୁର ଥାନା ଜୟବଡ଼ ସେଠି ସାହିରେ । ମୃତକ ହେଲେ ବାପା କାଳନ୍ଦୀ ସେଠୀ, ତାଙ୍କ ସ୍ତ୍ରୀ କନକଲତା ଓ ରୋଜାଲିନ। ପୁଅ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ରାତିରେ ମାରି ଦେଇଥିବାର ଅଭିଯୋଗ ହୋଇଛି […]

ଜଗତସିଂପୁର : ମୋବାଇଲ ପାଇଁ ଜଘନ୍ୟକାଣ୍ଡ। ବାପା ମାଆ ଓ ଭଉଣୀକୁ ବୀଭତ୍ସ ଭାବରେ ହତ୍ୟା କଲା ପୁଅ । ଶୋଇଥିବା ଅବସ୍ଥାରେ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଗତ ରାତିର ଏହି ଘଟଣା ଘଟିଛି ଜଗତସିଂହପୁର ଥାନା ଜୟବଡ଼ ସେଠି ସାହିରେ । ମୃତକ ହେଲେ ବାପା କାଳନ୍ଦୀ ସେଠୀ, ତାଙ୍କ ସ୍ତ୍ରୀ କନକଲତା ଓ ରୋଜାଲିନ। ପୁଅ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ରାତିରେ ମାରି ଦେଇଥିବାର ଅଭିଯୋଗ ହୋଇଛି ।
ସୂଚନାନୁସାରେ,ଜଗତସିଂପୁର ଥାନା ଜୟବଡ ଗାଁର ପ୍ରଶାନ୍ତ ଓରଫ କାଳନ୍ଦୀ ସେଠୀଙ୍କ ସାନପୁଅ ହେଉଛି ସୂର୍ଯ୍ୟକାନ୍ତ ଓରଫ୍ ବଣ୍ଟି । କାଳନ୍ଦିଙ୍କର ପାଖ ବଜାରରେ ଏକ ଲଣ୍ଡ୍ରି ଦୋକାନ ରହିଛି । ସୂର୍ଯ୍ୟକାନ୍ତ +୨ ପାଠ ସାରି ଘରେ ରହୁଥିଲା । ତେବେ ସେ ବହୁ ସମୟ ଧରି ମୋବାଇଲରେ ଗେମ ଖେଳୁଥିବାରୁ ଗତ ରାତିରେ ବାପା ତାକୁ ଗାଳି କରିଥିଲେ। ଏହାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା। ପରେ ରାତିରେ ଖାଇ ପିଇ ସମସ୍ତେ ଶୋଇଥିଲେ। ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ପଥର ଓ ହେମଦସ୍ତାରେ ଛେଚି ମାରି ଦେଇଥିଲେ । ଏହାପରେ ପଡ଼ୋଶୀଙ୍କୁ କହିଥିଲା, ମୁଁ ସମସ୍ତଙ୍କୁ ମାରି ଦେଇଛି। ଏହାପରେ ପୋଷାକ ବଦଳାଇ ଫେରାର ହୋଇଯାଇଥିଲା ସୂର୍ଯ୍ୟକାନ୍ତ । ଘଟଣା ପରେ ଗାଁ ଲୋକେ ଥାନାରେ ଖବର ଦେବାପରେ ପୋଲିସ ଆସି ମୃତଦେହ ଜବତ କରିଛି। ବହୁ ଖୋଜାଖୋଜି କରିବା ପରେ ବଣ୍ଟି ପାଖ ସ୍କୁଲ ନିକଟରେ ବସିଥିବା ବେଳେ ତାକୁ ଧରିଛି ପୋଲିସ। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଛି।