ପରିବାରକୁ ମିସ୍ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ
ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ NIA ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି। ସମ୍ପ୍ରତି ତାଙ୍କୁ ଆମେରିକାରୁ ଭାରତ ଅଣାଯାଇଥିଲା। ରାଣାଙ୍କ ଆବେଦନ ଉପରେ ଦିଲ୍ଲୀର ଜଣେ ବିଚାରପତି ନୋଟିସ ଜାରି କରିଛନ୍ତି ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA) ଠାରୁ ଜବାବ ମାଗିଛନ୍ତି। ସ୍ବତନ୍ତ୍ର […] The post ପରିବାରକୁ ମିସ୍ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ appeared first on Dharitri Odia News.
ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ NIA ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି। ସମ୍ପ୍ରତି ତାଙ୍କୁ ଆମେରିକାରୁ ଭାରତ ଅଣାଯାଇଥିଲା।
ରାଣାଙ୍କ ଆବେଦନ ଉପରେ ଦିଲ୍ଲୀର ଜଣେ ବିଚାରପତି ନୋଟିସ ଜାରି କରିଛନ୍ତି ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA) ଠାରୁ ଜବାବ ମାଗିଛନ୍ତି। ସ୍ବତନ୍ତ୍ର NIA କୋର୍ଟ ୨୩ ଏପ୍ରିଲରେ ଏହି ମାମଲାର ଶୁଣାଣି କରିବେ। ରାଣା ତାଙ୍କ ଓକିଲଙ୍କ ମାଧ୍ୟମରେ ସ୍ବତନ୍ତ୍ର ବିଚାରପତି ହରଦୀପ କୌରଙ୍କ ନିକଟରେ ଏକ ଆବେଦନ ଦାଖଲ କରିଥିଲେ। ସୂଚନାଯୋଗ୍ୟ ଯେ, ରାଣାଙ୍କୁ ଭାରତ ଫେରାଇ ଆଣିବା ପରେ, ବିଳମ୍ବିତ ରାତିରେ କୋର୍ଟର ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ୧୮ ଦିନିଆ NIA ହେପାଜତକୁ ପଠାଯାଇଥିଲା।
ଆତଙ୍କବାଦୀ ରାଣାକୁ NIA ମୁଖ୍ୟାଳୟ ଭିତରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଏବଂ ସିସିଟିଭି ମାଧ୍ୟମରେ ତାଙ୍କ ଉପରେ ନଜର ରଖାଯାଇଛି। ରାଣାଙ୍କୁ ନିରାମିଷ ଖାଦ୍ୟ ଦିଆଯାଉଛି। ଏହା ସହିତ, ଅଧିକାରୀମାନେ ବିଶେଷ ଧ୍ୟାନ ଦେଇଛନ୍ତି ଯେ ସେ ନିଜକୁ କ୍ଷତି ନ ପହଞ୍ଚାନ୍ତୁ।
ତଦନ୍ତକାରୀ ସଂସ୍ଥା ତଦନ୍ତର ତିନୋଟି ଦିଗ ଉପରେ ଧ୍ୟାନ ଦେଉଛି:
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର
ଆକ୍ରମଣରେ ପାକିସ୍ତାନର ISIର ଭୂମିକା
ଆକ୍ରମଣ ଘଟାଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ସହିତ ରାଣାର ସମ୍ପର୍କ
୨୦୦୮ ମସିହାରେ ହୋଇଥିବା ଆକ୍ରମଣ ପଛରେ ଥିବା ବୃହତ୍ ଷଡ଼ଯନ୍ତ୍ରର ତଦନ୍ତ କରିବା ସମୟରେ NIA ରାଣାଙ୍କୁ ପ୍ରତିଦିନ ପ୍ରାୟ ଆଠରୁ ଦଶ ଘଣ୍ଟା ପଚରାଉଚରା କରୁଥିଲା। ତଦନ୍ତରେ ରାଣାଙ୍କ ସହ-ଷଡ଼ଯନ୍ତ୍ରକାରୀ ଡେଭିଡ କୋଲମ୍ୟାନ ହେଡଲି ଓରଫ ଦାଉଦ ଗିଲାନିଙ୍କ ସହ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା। ହେଡଲି ଜଣେ ଆମେରିକୀୟ ନାଗରିକ ଏବଂ ସେଠାରେ ଜେଲରେ ବନ୍ଦୀ ଅଛନ୍ତି।
The post ପରିବାରକୁ ମିସ୍ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ appeared first on Dharitri Odia News.