ପରିବାରର ୮ ସଦସ୍ୟଙ୍କୁ ହତ୍ୟା କରି ଯୁବକର ଆତ୍ମହତ୍ୟା
ଛିନ୍ଦୱାଡ଼ା, : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ଅତ୍ୟନ୍ତ ଲୋମହର୍ଷଣକାରୀ ଗଣହତ୍ୟାକାଣ୍ଡ ଘଟିଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ବ୍ୟକ୍ତି ନିଜ ବାପା ମା’, ପତ୍ନୀ ଓ ପିଲାଙ୍କ ସମେତ ପରିବାରର ୮ ଜଣ ସଦସ୍ୟଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ସେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଦିବାସୀ-ଅଧ୍ୟୁଷିତ ମହୁଲଝିର ଥାନା ଅଧୀନ ବୋଡାଲ କଚର ଗ୍ରାମରେ […]

ଛିନ୍ଦୱାଡ଼ା, : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ଅତ୍ୟନ୍ତ ଲୋମହର୍ଷଣକାରୀ ଗଣହତ୍ୟାକାଣ୍ଡ ଘଟିଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ବ୍ୟକ୍ତି ନିଜ ବାପା ମା’, ପତ୍ନୀ ଓ ପିଲାଙ୍କ ସମେତ ପରିବାରର ୮ ଜଣ ସଦସ୍ୟଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ସେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଦିବାସୀ-ଅଧ୍ୟୁଷିତ ମହୁଲଝିର ଥାନା ଅଧୀନ ବୋଡାଲ କଚର ଗ୍ରାମରେ ଏହି ଘଟଣା ଘଟିଛି। ରାତି ୨ଟାରୁ ୩ଟା ମଧ୍ୟରେ ଏହି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି। ମହୁଲଝିର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଗାଁକୁ ସିଲ୍ କରିଛି। ଅଧିକ ତଦନ୍ତ ପାଇଁ ଛିନ୍ଦୱାଡ଼ାର ପୁଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ମାନସିକ ଭାବେ ଅସୁସ୍ଥ। ଏସ୍ପି ମନିଷ ଖତ୍ରୀଙ୍କ ନେତୃତ୍ବରେ ପୁଲିସ ଘଟଣାସ୍ଥଳରୁ ଏକ କୁରାଢ଼ୀ ଜବତ କରିଛି। ଯୁବକ ଜଣକ ଅଳ୍ପଦିନ ତଳେ ବିବାହ କରିଥିଲେ।