ପରିବାରରେ ୭୦୦ ସଦସ୍ୟ
କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ ସଦସ୍ୟ ମିଳିମିଶି କରୁଥିଲେ। ତେବେ ପରେ ଆର୍ଥିକ ବୋଝ କମାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ପରିବାରଗୁଡିକ ଛୋଟ ହେବା ଆରମ୍ଭ ହେଲା। ଲୋକମାନେ କମ୍ ସନ୍ତାନ ଜନ୍ମ କରିବା ଆରମ୍ଭ କଲେ, ଯାହାଦ୍ୱାରା ସେମାନଙ୍କ ଖର୍ଚ୍ଚ ହ୍ରାସ ପାଇଥିଲା। ସମ୍ପ୍ରତି ଅଧିକାଂଶ ଲୋକ କେବଳ ଗୋଟିଏ କିମ୍ବା ଅତିବେଶିରେ ୨ଟି […] The post ପରିବାରରେ ୭୦୦ ସଦସ୍ୟ appeared first on Dharitri Odia News.
କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ ସଦସ୍ୟ ମିଳିମିଶି କରୁଥିଲେ। ତେବେ ପରେ ଆର୍ଥିକ ବୋଝ କମାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ପରିବାରଗୁଡିକ ଛୋଟ ହେବା ଆରମ୍ଭ ହେଲା। ଲୋକମାନେ କମ୍ ସନ୍ତାନ ଜନ୍ମ କରିବା ଆରମ୍ଭ କଲେ, ଯାହାଦ୍ୱାରା ସେମାନଙ୍କ ଖର୍ଚ୍ଚ ହ୍ରାସ ପାଇଥିଲା। ସମ୍ପ୍ରତି ଅଧିକାଂଶ ଲୋକ କେବଳ ଗୋଟିଏ କିମ୍ବା ଅତିବେଶିରେ ୨ଟି ସନ୍ତାନ ହିଁ ଜନ୍ମ କରିବାକୁ ପସନ୍ଦ କରୁଛନ୍ତି। ଏପରି କରିବା ଦ୍ୱାରା ଅଭିଭାବକ ସେମାନଙ୍କ ପିଲାଙ୍କର ଉତ୍କୃଷ୍ଟ ଲାଳନପାଳନ ସହ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଶିକ୍ଷା ଯୋଗାଇବାକୁ ସକ୍ଷମ ହୋଇଥାନ୍ତି। ତେବେ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏପରି ଏକ ପରିବାର ଅଛି, ଯେଉଁଥିରେ ପ୍ରାୟ ୭୦୦ ଲୋକ ବସବାସ କରନ୍ତି ।
ଭାରତୀୟ ଟ୍ରାଭେଲ ବ୍ଲଗର୍ ହର୍ଷ ରାୟ ସମ୍ପ୍ରତି ଉଗାଣ୍ଡାରେ ପହଞ୍ଚିଥିଲେ। ସେଠାରେ ସେ ମୁସା ହାସିୟା କାସେରା(୬୭)ଙ୍କୁ ଭେଟିଥିଲେ। ମୁସାଙ୍କ ପରିବାରରେ ୭୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ତାଙ୍କର ୧୨ ଜଣ ସ୍ତ୍ରୀ, ୧୦୨ ପିଲା ଓ ୫୭୮ ଜଣ ନାତିନାତୁଣୀ ରହିଛନ୍ତି। ହର୍ଷଙ୍କ ଅନୁଯାୟୀ, ମୁସାଙ୍କ ପରିବାର ହେଉଛି ବିଶ୍ବର ସବୁଠାରୁ ବଡ଼ ପରିବାର। ତେବେ ଏହି ବ୍ଲଗରେ ହର୍ଷ ମୁସାଙ୍କ ବାସସ୍ଥାନ ନିକଟକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ସ୍ଥାନରେ କେବଳ ମୁସାଙ୍କର ୩୦ରୁ ଅଧିକ ଘର ଥିବା ହର୍ଷ କହିଛନ୍ତି। ଏହି ସବୁ ଘରେ ମୁସାଙ୍କ ପୁଅ, ବୋହୂ, ନାତି ନାତୁଣୀମାନେ ରହୁଛନ୍ତି।
The post ପରିବାରରେ ୭୦୦ ସଦସ୍ୟ appeared first on Dharitri Odia News.